Categories: ଜାତୀୟ

ସପାରେ ଯୋଗ ଦେଲେ ରମାକାନ୍ତ ଯାଦବଙ୍କ ସହ ଫୁଲନ ଦେବୀଙ୍କ ଭଉଣୀ

ଲକ୍ଷ୍ନୌ,୬।୧୦: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରବିବାର କେତେଜଣ ନେତା ସମାଜବାଦୀ ପାର୍ଟି ହାତ ଧରିଛନ୍ତି। ଆଜମଗଡ଼ର ପୂର୍ବତନ ଏମ୍‌ପି ରମାକାନ୍ତ ଯାଦବ ତାଙ୍କ ସମର୍ଥକଙ୍କ ସହ ଆସି ସମାଜବାଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ଦଳ ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେ ସପାରେ ମିଶିଛନ୍ତି। ୨୦୧୪ରେ ରମାକାନ୍ତ ମୁଲାୟମ ସିଂ ଯାଦବଙ୍କ ବିରୋଧରେ ଲଢିଥିଲେ। ତାଙ୍କ ପୁଅ ଆଜମଗଡ଼ର ଫୁଲପୁର ଆସନରୁ ଭାଜପାର ବିଧାୟକ ଅଛନ୍ତି। ଏହାସହ ପୂର୍ବତନ ଏମ୍‌ପି ତଥା ଫୁଲନ ଦେବୀଙ୍କ ଭଉଣୀ ରୁକ୍ମୁଣୀ ଦେବୀ ନିଷାଦ ମଧ୍ୟ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି।

Share