Categories: ଫୁରସତ

ସପ୍ତଫେଣୀ ସାପ କାତି ଦେଖି ଲୋକଙ୍କ ପୂଜାର୍ଚ୍ଚନା

କର୍ନାଟକର କନକାପୁରା ନାମକ ଗାଁର ଲୋକେ ସପ୍ତଫେଣୀ ସାପର କାତି ଦେଖିଥିବା କହିଛନ୍ତି। ଏହି ଗାଁର ଲୋକମାନେ ବୁଧବାର ସକାଳୁ ଏପରି ବିରଳ ସାପ କାତି ଦେଖିଥିବା କହିଛନ୍ତି। ହିନ୍ଦୁ ପୌରାଣିକ ଶାସ୍ତ୍ରରେ ଏପରି ସପ୍ତଫେଣୀ ସାପ କଥା ବର୍ଣ୍ଣିତ ଅଛି। ଶେଷନାଗ ସାପକୁ ଭଗବାନ ବିଷ୍ଣୁଙ୍କ ବାହନ କୁହାଯାଏ। କ୍ଷୀରସାଗରରେ ଭଗବାନ ବିଷ୍ଣୁ ଶେଷନାଗ ଉପରେ ଶୟନ କରିଥିଲେ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହି ସାପ ଉପରେ ଅନେକ ଗବେଷଣା ମଧ୍ୟ ହୋଇସାରିଛି ବର୍ତ୍ତମାନ ଏହା ଅଛି କି ନାହିଁ।

ସୋସିଆଲ ମିଡିଆରେ ପୂର୍ବରୁ ବହୁବାର ଏପରି ସାପ ଥିବା ଗୁଜବ ଉଠିସାରିଛି। କେହି କେହି ନକଲି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିସାରିଛନ୍ତି। କିନ୍ତୁ ପ୍ରକୃତରେ ଏହି ବିରଳ ସାପ ଅଛି କି ନାହିଁ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଆଜିପର୍ଯ୍ୟନ୍ତ ମିଳି ନ ଥିବା ବେଳେ କନକାପୁରା ଗାଁର ଲୋକେ ଏପରି ସାପର କାତି ଦେଖିଥିବା କହିଛନ୍ତି।


ଏକ ରିପୋର୍ଟ ଅନୁସାରେ, ଗାଁ ଲୋକେ କୁହନ୍ତି ୬ ମାସ ତଳେ ଏପରି ସାପର କାତି ଦେଖିଥିଲେ। ଏହା ପରେ ପୂଜାର୍ଚ୍ଚନା କରି ଉକ୍ତ ସ୍ଥାନରେ ଏକ ମନ୍ଦିର ନିର୍ମାଣ କରାଇଛନ୍ତି। ପୁଣି ଏହି ସାପକାତି ଦେଖିବାକୁ ମିଳିଛି। ଲୋକଙ୍କ ମନରେ ଆହୁରି ବିଶ୍ୱାସ ବଢ଼ିଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସାପ କାତି ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି। ଲୋକେ ସିନ୍ଦୂର ହଳଦୀ ନେଇ ପୂଜା କରିବାରେ ଲାଗିଛନ୍ତି।

Share