Categories: ଜାତୀୟ

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧ ମାମଲା

ନୂଆଦିଲ୍ଲୀ,୧୫ା୫ :ଆସନ୍ତା ୧୯ ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ କରାଯିବ। ମୋଟ ୯୦୯ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୭୦ ପ୍ରାର୍ଥୀଙ୍କ ବିରୋଧରେ ଅପରାଧୀକ ମାମଲା ରହିଥିବା ଜଣାପଡ଼ିଛି। ୧୨୭ ଜଣଙ୍କ ବିରୋଧରେ ଜଘନ୍ୟ ଅପରାଧୀକ ମାମଲା ରହିଥିବାବେଳେ ୧୨ ଜଣଙ୍କ ବିରୋଧରେ ହତ୍ୟା ମାମଲା, ୩୪ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ୪ ଜଣଙ୍କ ବିରୋଧରେ ଅପହରଣ ମାମଲା, ୨୦ ଜଣଙ୍କ ବିରୋଧରେ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରହିଛି।
୧୮, କଂଗ୍ରେସର ୧୪, ବିଏସ୍‌ପିର ୬,ଏଏପିର ୩ ଓ ୨୯ ସ୍ବାଧୀନ ପ୍ରାର୍ଥୀଙ୍କ ବିରୋଧରେ ଏଭଳି ଅପରାଧୀକ ମାମଲା ରହିଛି। ଜଘନ୍ୟ ଅପରାଧ ମାମଲାରେ ଭାଜପାର ୧୫, କଂଗ୍ରେସର ୧୦, ବିଏସ୍‌ପିର ୪, ଏଏପିର ଜଣେ ଓ ୨୪ ସ୍ବାଧୀନ ପ୍ରାର୍ଥୀଙ୍କ ନାମ ରହିଛି।

Share