ସପ୍ତାହକୁ ୫ଦିନ ଶଟ୍‌ଡାଉନ୍‌ ଖବର ଗୁଜବ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ରାଜ୍ୟର ୧୧ଟି ଜିଲାରେ ସପ୍ତାହକୁ ୫ଦିନ ଶଟ୍‌ଡାଉନ ହେବା ନେଇ ଏକ ଖବର ଚାରିଆଡ଼େ ବ୍ୟାପିବାରେ ଲାଗିଛି। କିନ୍ତୁ ଏହି ଖବର ଗୁଜବ ବୋଲି ଏସ୍‌ଆର୍‌ସି ପ୍ରଦୀପ ଜେନା ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଯେଉଁ ନିୟମ ରହିଥିଲା, ତାହା ରହିବ। ୧୧ଜିଲାରେ କେବଳ ଶନିବାର ଓ ରବିବାର ଶଟ୍‌ଡାଉନ୍‌ ହେବ। ଏହା ଛଡ଼ା ଆଉ କେଉଁ ଦିନ ବି ଶଟ୍‌ଡାଉନ୍‌ ହେବାର ନାହିଁ। ଗୁଜବକୁ ବିଶ୍ୱାସ ନ କରିବାକୁ ପ୍ରଦୀପ ଟୁଇଟ୍‌ ଯୋଗେ ପରାମର୍ଶ ଦେଇଛନ୍ତି।

Share