Advertisement

ସପ୍ତାହରେ ଖାଆନ୍ତୁ ଏହାକୁ ୪ ଥର ମିଳିବ ବହୁ ଫାଇଦା…

ବରକୋଳିର ରହିଛି ଅନେକ ଔଷଧୀୟ ଗୁଣ। ଏହା ଶରୀରକୁ ସୁସ୍ଥ ରଖିବା ସହ ଆବଶ୍ୟକ ମାତ୍ରାରେ ଜଳ ଯୋଗାଇଥାଏ। ଶରୀରରେ ରକ୍ତ ପ୍ରବାହକୁ ଏହା ନିୟନ୍ତ୍ରଣ କରେ। ମାନସିକ ଅବସାଦ ଦୂର କରିବାରେ ବରକୋଳି ମହୌଷଧୀ ଭଳି କାମକରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସପ୍ତାହରେ ୩-୪ଥର ବରକୋଳି ଖାଇବା ଦ୍ୱାରା ବହୁ ଫାଇଦା ମିଳିଥାଏ। ଏହା ଯୋଗୁ ସ୍ନାୟୁଗତ ସମସ୍ୟାରୁ ଆରାମ ମିଳେ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରେ। ବରକୋଳି ଲିଭର ଉପରେ ପଡୁଥିବା ପ୍ରଭାବକୁ ପ୍ରତିରୋଧ କରିଥାଏ । ବରକୋଳି ବର୍ଷସାରା ମିଳୁ ନ ଥିବାରୁ ଏହାକୁ ଶୁଖାଇ ରଖି ଖାଇଲେ ମଧ୍ୟ ସୁଫଳ ମିଳେ। ଅଭ୍ୟାସ କରି ଏହାକୁ ପ୍ରତିଦିନ ଖାଇଲେ ମେଦବହୁଳତା ଆଶଙ୍କା କମ୍‌ ହୋଇଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel