Advertisement

ସପ୍ତାହରେ ଥରେ କରନ୍ତୁ ଉପବାସ ମିଳିବ ଏସବୁ ଲାଭ…

ବିଭିନ୍ନ ପର୍ବ ପର୍ବାଣିରେ ମହିଳାମାନେ ଉପବାସ ରଖିଥାନ୍ତି । ସାଧାରଣତଃ ଉପବାସକୁ ଶ୍ରଦ୍ଧା ଓ ଭକ୍ତି ଭାବ ସହ ଯୋଡା ଯାଇଥାଏ । କିଛି ଲୋକ ଏହାଦ୍ୱାରା ଓଜନ ହ୍ରାସ ପାଇଥାଏ ବୋଲି ମନେ କରିଥାନ୍ତି । ତେବେ ଉପବାସ ଦ୍ୱାରା ସ୍ବାସ୍ଥ୍ୟ ଉପରେ ସକରାତ୍ମକ ପ୍ରଭାବ ଉପରେ ପଡ଼ିଥାଏ । ଉପବାସ ରଖିଲେ ଶରୀରର ଚର୍ବି କ୍ଷୟ ହୋଇଥାଏ। ଫ୍ୟାଟ୍‌ ସେଲସ୍‌ ଲୋପ୍ଟିନ୍‌ ହରମୋନ୍‌ ଏହାଦ୍ୱାରା କ୍ରିୟାଶୀଳ ହୋଇ ଶରୀରର ଓଜନ ହ୍ରାସ ପାଇଥାଏ। ଉପବାସ ଯୋଗୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ବୋଲି ୟୁନିଭରସିଟି ଅଫ୍‌ ସାଉଥ୍‌ କାଲିଫର୍ଣ୍ଣିଆରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। କର୍କଟ ରୋଗୀଙ୍କ ପାଇଁ ଉପବାସ ରଖିବା ଲାଭଦାୟକ ହୋଇଥାଏ। କେମୋଥେରାପି ଟ୍ରିଟ୍‌ମେଣ୍ଟ ନେଉଥିବା ରୋଗୀଙ୍କ ଲାଗି ଉପବାସ ରଖିବା ଭଲ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହାଯୋଗୁ ଶରୀରରେ ଥିବା ଅପରିଷ୍କାର ପଦାର୍ଥ ନିଷ୍କାସିତ ହୋଇଥାଏ। ସେହିପରି ଏହାଯୋଗୁ ଶରୀରର ପାଚନ କ୍ରିୟା ସ୍ବାଭାବିକ ହୁଏ । ଉପବାସ ରଖିଲେ ଶରୀରର ମେଟାବୋଲିକ୍‌ ରେଟ୍‌ ୩ରୁ ୧୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଏ । ଏହାଯୋଗୁ ମାନସିକ ଚାପ ହ୍ରାସ ପାଇଥାଏ। ଉପବାସ ବିଭିନ୍ନ ଦୁଃଶ୍ଚିନ୍ତାରୁ ମୁକ୍ତି ଦିଏ ବୋଲି ଏହି ରିପୋର୍ଟରେ ସୂଚିତ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share