Categories: ଜାତୀୟ

ସପ୍ତାହରେ ୨ ଦିନ ବନ୍ଦ ରହିବ ଡେରାଡୁନ

ଡେରାଡୁନ,୪।୬: କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଜୁନ୍‌ ପହିଲାରୁ ଅନ୍‌ଲକ୍‌ ୧.୦ ଲାଗୁ କରାଯାଇଛି। ଏହି ସମୟରେ ଅଧିକାଂଶ ନିୟମରେ କୋହଳ କରାଯାଇଥିବା ବେଳେ କିଛି ସେବା ବନ୍ଦ କରିଦିଆଯାଇଛି। ଯେମିତକି ସ୍ପା ସେଲୁନ, ସିନେମା ହଲ, ମଲ ଆଦି ବିଭିନ୍ନ ରାଜ୍ୟରେ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ତେବେ କରୋନା ସଂକମ୍ରଣ ଏବେ ବୃଦ୍ଧି ପାଉଥିବାରୁ ସପ୍ତାହକୁ ୨ ଦିନ ଡେରାଡୁନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ସୂଚନା ଅନୁଯାୟୀ ସପ୍ତାହର ଶନିବାର ଓ ରବିବାର ଡେରାଡୁନ ବନ୍ଦ ରହିବ। ଏହି ସମୟରେ କେବଳ ଜରୁରୀ ସେବା ଯୋଗାଇ ଦିଆଯିବ। ଏବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରି ସାରିଲାଣି। ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

Share