ସପ୍ତାହିକ ହାଟରେ ପୋଲିସ, ତହସିଲଦାର ନାକେଦମ

ଗୁଡଭେଲା,୩।୪(ଡି.ଏନ.ଏ.)-କରୋନା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଦକ୍ଷେପ ଗ୍ରହଣ କରଯାଇଛି। ବଲାଙ୍ଗୀର ଜିଲା ତୁଷୁରା ସହରର ସାପ୍ତାହିକ ବଜାର ଶୁକ୍ରବାର ଏନ୍‌ଏସି ପକ୍ଷରୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପନି ପରିବା, ମାଛ, ମାଂସ ଦୋକାନ ବସିବାକୁ ଚୂନ ପକାଇ ଗାର ଟଣା ଯାଇଥିଲା ା କିନ୍ତୁ ବ୍ୟସାୟୀମାନେ ନିୟମ ନ ମାନି ଏଣେତେଣ ବସିଥିଲେ। ଫଳରେ ସାମାଜିକ ଦୂରତା ରଖିବା ନିୟମ ଭଙ୍ଗ ହୋଇଥିଲା। ତେବେ ଲୋକଙ୍କ ଭିଡକୁ ଦେଖି ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ ଓ ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ନିଜେ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ। ହେଲେ ଏଥିପାଇଁ ନାକେଦମ ହୋଇ ପଡିଥିଲେ।

Share