ସପ୍ତାହେ ନ ପୂରୁଣୁ ଉଠିଲା ପିଚୁ, ରାସ୍ତାରେ ଡ୍ରେନ୍‌ ପାଣି

ଫୁଲବାଣୀ ଅଫିସ, ୧୮ା୫ -ଫୁଲବାଣୀ ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ଏବେ ସହରର ମୁଖ୍ୟ ରାସ୍ତାରେ ହୋଇଥିବା ପିଚୁ, ଡ୍ରେନ୍‌ ଓ ସାଇଡ୍‌ ୱାଲ୍‌ ନିର୍ମାଣରେ ଅନିୟମିତତା ହୋଇଛି। ଜଗନ୍ନାଥ ମନ୍ଦିରରୁ ମାଦିକୁନ୍ଦା ଛକ ପଯ୍ୟନ୍ତ ହୋଇଥିବା ରାସ୍ତା କାମର ୭ ଦିନ ମଧ୍ୟରେ ପିଚୁ ଉଠିଯାଇଛି। ସେହିପରି ଅମଲାପଡ଼ା ଛକ ନିକଟରେ ଡ଼୍ରେନ ପାଣି ରାସ୍ତାରେ ଭାସୁଛି।
ରାସ୍ତା ଉପରେ ରାତି ଅଧିଆ ପିଚୁ ପକାଇ ଟଙ୍କା ଲୁଟ କରିବାକୁ ଯୋଜନା ହୋଇଥିବା ସହରର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଡ଼୍ରେନର ଅପରିସ୍କାର ପାଣି ରାସ୍ତାରେ ଜମି ରହୁଥିବାରୁ ଡେଙ୍ଗୁ ହେବା ଆଶଙ୍କା ସୃଷ୍ଟି ହୋଇଛି। ବରିଷ୍ଠ ନାକରିକ କମିଟି ପକ୍ଷରୁ ଏ ନେଇ ଜିଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାର୍ଯ୍ୟ ଠିକ୍‌ ହେଉ ନ ଥିବା ଏଥିରେ ଦର୍ଶାଯାଇଛି। ଖୋଦ ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ଆବାସିକ କାର୍ଯ୍ୟଳୟ ସମ୍ମୁଖରେ ଏପରି କାର୍ଯ୍ୟ ହେଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷା ହେଲେ ସହରରେ ଥିବା ଡ଼୍ରେନରେ ପାଣି ଯିବା ବଦଳରେ ରାସ୍ତା ଉପରେ ପାଣି ଅଧଘଣ୍ଟା ପର୍ଯ୍ୟନ୍ତ ରହୁଛି। ଯଦ୍ଦ୍ବାରା ଯାତାୟତରେ ବାଧା ସୃଷ୍ଟି ହେଉଛି। କେତେକ ସ୍ଥାନରେ ନିର୍ମାଣ କାର୍ଯ୍ୟର ମାନ ନିମ୍ନମାନର ହୋଇଥିବା ବେଳେ ଆଉ କେତେକ ସ୍ଥଳରେ ଅନାବଶ୍ୟକ ରାସ୍ତାର ସାଇଡ୍‌ ୱାଲ୍‌ ଓ ଡ୍ରେନ୍‌ ନିର୍ମାଣ କରାଯାଇ ପର୍ଯ୍ୟାପ୍ତ ଅର୍ଥ ଖର୍ଚ୍ଚ କରାଯାଉଛି। ଠିକାଦାରଙ୍କ ଇଚ୍ଛାରେ ଡ୍ରେନ୍‌ ଓ ସାଇଡ୍‌ ୱାଲ୍‌ ନିର୍ମାଣ କରାଯାଇଛି। ସହରର ମଧ୍ୟଭାଗରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଡ୍ରେନ୍‌ରେ ପାଣି ନିଷ୍କାସନ ହେଉ ନ ଥିବାରୁ ବହୁ ସମସ୍ୟା ଉପୁଜୁଛି। ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ଆଖି ବୁଜି ଦେଇଛି। କେଉଁ ପ୍ଲାନ୍‌ ନେଇ ଯନ୍ତ୍ରୀମାନେ ମାଦିକୁନ୍ଦା ଛକଠାରୁ ବିଜୁ ପଟ୍ଟନାୟକ ଛକ, ଷ୍ଟେଟ୍‌ ବ୍ୟାଙ୍କ, ପୋଷ୍ଟ ଅଫିସ୍‌ ସମ୍ମୁଖ ରୋଡ୍‌ରେ ଡ୍ରେନେଜ୍‌ ବ୍ୟବସ୍ଥା କରିଛନ୍ତି ତାହା ତଦନ୍ତ ସାପେକ୍ଷ। ସେହିପରି ଜିଲାପାଳଙ୍କ ଆବାସଠାରୁ ଆରମ୍ଭ କରି କୋର୍ଟ, ଏସ୍‌ପିଙ୍କ କାର୍ଯ୍ୟାଳୟ, ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଏବେ ଚାଲିଥିବା ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଦିବାକର ସାହୁଙ୍କୁ ପଚାରିବାରୁ ଡ୍ରେନ କାର୍ଯ୍ୟ ମିକ୍ସର ମେଶିନରେ ଠିକ୍‌ ଭାଗରେ ହେଉଥିବା କହିଛନ୍ତି। ସମାନ ମାପଚୁପରେ କାର୍ଯ୍ୟ କରାଯାଉଛି। କାର୍ଯ୍ୟ ବେଳେ ଯନ୍ତ୍ରୀମାନେ ଉପସ୍ଥିତ ରହୁଛନ୍ତି। ପିଚୁ କାମ ସରିନାହିଁ। ଆହୁରି ୨୦୦ରୁ ୩୦୦ ମିଟର କାର୍ଯ୍ୟ ହେବାକୁ ଅଛି ବୋଲି ସେ ସୂଚନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଦିବସରେ ରକ୍ତଦାନ ଶିବିର

ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ  ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ...

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ବିଧାୟକ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ...

ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ

ଦିଗପହଣ୍ଡି,୧ା୪(ଅଶେଷ ନାଥ ମିଶ୍ର): ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଙ୍ଗଳବାରଠାରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ...

ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା ପାଇଁ କାଇଁଚପୁର ଚଳଚଞ୍ଚଳ

ଗଞ୍ଜାମ,୧ା୪(ବିଦ୍ୟାଧର ସାହୁ): ଆସନ୍ତା ୩୦ରେ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l...

ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଉଦଘାଟିତ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ଠାରେ ଖେମୁଣ୍ଡି ଚିତ୍ରକଳା ବିଦ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ସ୍ଥାନୀୟ କୋର୍ଟ...

ପୋଲିସ ପକ୍ଷରୁ ଜଳଛତ୍ର ଖୋଲିଲା

ଛତ୍ରପୁର,୧ା୪(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଜିଲା ସଦର ମହକୁମା ଛତ୍ରପୁରକୁ ବିଭିନ୍ନ ଅଫିସ କାର୍ଯ୍ୟ ପାଇଁ ଲୋକେ ଆସିଥାନ୍ତି। ବର୍ତ୍ତମାନ ଗ୍ରୀଷ୍ମର ପ୍ରକୋପ ବଢ଼ୁଥିବା ବେଳେ ପିଇବା...

ଘରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଚିକିଟି,୧ା୪(ପ୍ରକାଶ ଚନ୍ଦ୍ର ସାହୁ)-କେ ନୂଆଗାଁ ଥାନା ନୂଆପଡା ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଚୋରି ଘଟଣା ବୃଦ୍ଧି ପାଉଛି। ଚାନ୍ଦପୁର ପଞ୍ଚାୟତ ଡଭାର ଗ୍ରାମର ରଞ୍ଜିତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image