Categories: ଜାତୀୟ

ସପ୍ତାହେ ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍‌ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିବାର ମାତ୍ର ୩ ଦିନ ମଧ୍ୟରେ କର୍ନାଟକରେ ଭାଜପା ସରକାର ଗଠନ କରିଛି। ତେବେ ଆସନ୍ତା ୩୧ ତାରିଖ ସୁଦ୍ଧା ୟେଦୁରପ୍ପା ତାଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ବୋଲି କହିଛନ୍ତି। ଏପଟେ ଏବେ ସେ କାହାକୁ କେଉଁ ଦାୟିତ୍ୱ ଦେବେ ତାକୁ ନେଇ ମଧ୍ୟ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି। ସୂଚନାଯୋଗ୍ୟ, ଆସ୍ଥା ଭୋଟରେ ଭାଜପାକୁ ୧୦୫ ଭୋଟ ମିଳିଥିବା ବେଳେ ଏବେ ସେ କର୍ନାଟକରେ ଶାସନ କ୍ଷମତା ହାତକୁ ନେଇଛି।

Share