Categories: ବାଣିଜ୍ୟ

ସପ୍ତାହେ ସୁଦ୍ଧା ସମ୍ପୂର୍ଣ୍ଣ ଠିକ୍‌ ହେବ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ

ଭୁବନେଶ୍ୱର,୨୮-୫: ଫନୀ ଯୋଗୁ ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ କ୍ଷତିଗ୍ରସ୍ତ ହୋଇଛି। ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟ ତ୍ୱରିତ ଭିତ୍ତିରେ ଜାରି ରହିଛି। ଏଭଳି ସ୍ଥିତିରେ ଗ୍ରାହକମାନେ ଲ୍ୟାଣ୍ଡ ଲାଇନ, ବ୍ରଡ ବ୍ୟାଣ୍ଡ, ଏଫ୍‌ଟିଟିଏଚ୍‌ ଏବଂ ଲିଜ୍‌ଡ ଲାଇନ ଭଳି ସେବା ନେବା ଲାଗି ଅସୁବିଧା ସାମ୍ନା କରୁଛନ୍ତି। ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟ ଚାଲୁଥିବାରୁ ଲୋକଙ୍କୁ ସେବା ଯୋଗାଣରେ ବାଧା ଉପୁଜୁଥିବା ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ କୁହାଯାଇଛି। ସପ୍ତାହେ ସୁଦ୍ଧା ନେଟଓ୍ବର୍କ ଠିକ୍‌ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଉଛି।

Share