Categories: ଜାତୀୟ

ସପ୍‌ନାଙ୍କୁ ନେଇ ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୦।୧୦: ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ହରିୟାଣାର ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କୁ ନେଇ ଏବେ ଭାଜପା ଚିନ୍ତାରେ ପଡିଯାଇଛି। ମଙ୍ଗଳବାର ହରିୟାଣା ବିଧାନସଭାର ନିର୍ବାଚନ ଥିବାବେଳେ ସପ୍‌ନା ଶନିବାର ଅନ୍ୟଜଣେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ। ଯାହା ଦଳ ବିରୋଧୀ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ଦାବି ହୋଇଛି। ତେବେ ସପ୍‌ନା କହିବା କଥା ସେ ଜଣେ ସ୍ବାଧୀନ ପ୍ରାର୍ଥୀ ଥିବାରୁ ସେ ତାଙ୍କ ପାଇଁ ପ୍ରଚାର କରିଛନ୍ତି। ସୂଚନାଯୋଗ୍ୟ, ସପ୍‌ନା ଏହି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା।

Share