Advertisement

ସଫଳତା ପରେ ଏତେ ବଦଳିଗଲେଣି ହିମେଶ

ମୁମ୍ବାଇ: ‘ଆଶିକ୍‌ ବନାୟା’, ‘ଆପ୍‌କା ସୁରୁର’, ‘ଅକ୍ସର’ ପରି ହିଟ୍‌ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍‌ ସେନ୍‌ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ ଗାୟକମାନଙ୍କୁ ନିଜ ନିର୍ଦ୍ଦେଶନାରେ ସୁଯୋଗ ଦେଇଥାଆନ୍ତି। ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନିଜ ଫିଲ୍ମର ଗୀତରେ ସୁଯୋଗ ଦେଇ ଚର୍ଚ୍ଚାରେ ଅଛନ୍ତି। ‘ତେରି ମେରି କାହାନୀ’ ଗୀତ ବୁଧବାର ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦର୍ଶକେ ପସନ୍ଦ କରୁଛନ୍ତି। ଏସବୁ ମଧ୍ୟରେ ହିମେଶଙ୍କ ବିଗତ ଦିନର ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ତାଙ୍କୁ ସହଜରେ କେହି ଚିହ୍ନିପାରିବେ ନାହିଁ। ଏବେ ଫିଟ୍‌ ଏବଂ ହ୍ୟାଣ୍ଡସମ୍‌ ଦେଖାଯାଉଥିବା ହିମେଶ ପୂର୍ବରୁ ଏପରି ନ ଥିଲେ।

ହିମେଶଙ୍କ ବିଷୟରେ ଯଦି କଥା ଉଠେ, ତେବେ ସେ ଏପରି ଜଣେ କଳାକାର ଯିଏକି ନିଜକୁ ଗୋଟିଏ କ୍ଷେତ୍ର ସହ ଯୋଡ଼ି ରଖିନାହାନ୍ତି। କଣ୍ଠଶିଳ୍ପୀ ଭାବେ ହେଉ ଅଥବା ଅଭିନୟ, ସଂଙ୍ଗୀତକାର, ନିର୍ଦ୍ଦେଶକ ଏବଂ କାହାଣୀକାର ଭାବେ ସେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share