Categories: ଫୁରସତ

ସଫା କରିବା ପାଇଁ ନଗର ନିଗମକୁ ସୂଚନା ଦେବ ସ୍ମାର୍ଟ ଡଷ୍ଟବିନ୍‌

ହାଇଦ୍ରାବାଦର ୧୨ ବର୍ଷ ବୟସର ବାଳକ ମହମ୍ମଦ ହାସନ । ୮ମ ଶ୍ରେଣୀର ଛାତ୍ର। ଏତେ କମ୍‌ ବୟସରେ ବି ହାସନ ମେକାନିକାଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଛାତ୍ରଙ୍କୁ ପଢାଉଛନ୍ତି। ଏବେ ସେ ଏକ ସ୍ମାର୍ଟ ଡଷ୍ଟ୍‌ବିନ ନିର୍ମାଣ କରିଛନ୍ତି ଯାହା ମଧ୍ୟରେ ବର୍ଜ୍ୟବସ୍ତୁ ଭର୍ତ୍ତି ହୋଇଯିବା ପରେ ଖାଲି କରିବା ପାଇଁ ନଗରନିଗମକୁ ସୂଚନା ପଠାଉଛି। ସ୍ବଚ୍ଛ ଭାରତ ଯୋଜନା ସହ ଜଡ଼ିତ ଏକ ଭଡିଓ ଦେଖିବା ପରେ ଏହି ସ୍ମାର୍ଟ ଡଷ୍ଟବିନ୍‌ ନିର୍ମାଣ କରିବା ପାଇଁ ଧାରଣା ଆସିଥିଲା ବୋଲି କହନ୍ତି ହାସନ। ଡଷ୍ଟବିନ୍‌ରେ ଲଗାଯାଇଥିବା ଅଲଟ୍ରାସୋନିକ ସେନ୍‌ସର ବର୍ଜ୍ୟବସ୍ତୁ କେତେ ଭରିଲାଣି ତାହା ଜାଣି ସେଥିରେ ଲାଗିଥିବା ଏଲସିଡିରେ ଜଣାଇଦିଏ। ଡଷ୍ଟବିନ୍‌ ଓ୍ବାଇଫାଇ ସହ ସଂଯୋଗ ହୋଇଥିବାରୁ ଯେତେବେଳେ ଏଥିରେ ବର୍ଜ୍ୟବସ୍ତୁ ଭରିଯାଉଛି ସେତେବେଳେ ଏହା ନଗରନିଗମକୁ ସୂଚନା ଦେଇଦେଉଛି। ମାତ୍ର ଦୁଇଦିନ ମଧ୍ୟରେ ହାସନ ଏହିି ଡଷ୍ଟବିନ୍‌ ନିର୍ମାଣ କରିଛନ୍ତି। ଯଦି ସ୍ବଚ୍ଛ ଭାରତ ଅଭିଯାନରେ ଏହି ଜ୍ଞାନକୌଶଳ ବ୍ୟବହାର କରାଯାଏ ତେବେ ଦେଶକୁ ସ୍ବଚ୍ଛ କରିବା ସହଜ ହେବ ବୋଲି କହନ୍ତି ହାସନ। ଏହା ପୂର୍ବରୁ ସେ ସର୍ଭିଙ୍ଗ୍‌ ରୋବୋ ବି ନିର୍ମାଣ କରିସାରିଛନ୍ତି। ଏହା ନିର୍ମାଣ କରିବାକୁ ତାଙ୍କୁ ୧୫ ଦିନ ଲାଗିଥିଲା। ଏହି ରୋବୋକୁ ନିର୍ଦ୍ଦେଶ ଦେଇ କାମ କରାଯାଇପାରୁଛି।

Share