ଫ୍ରିଜ୍କୁ ସଫା କରିବା ପୂର୍ବରୁ ପ୍ରଥମେ ଡିଫ୍ରଷ୍ଟ କରି ଦିଅନ୍ତୁ। ଏହାପରେ ସୁଇଚ୍ ବନ୍ଦ କରି ପ୍ଲଗ୍ ବାହାର କରିଦିଅନ୍ତୁ…
ଫ୍ରିଜ୍ରେ ରହିଥିବା ସମସ୍ତ ସାମଗ୍ରୀକୁ ପ୍ରଥମେ ବାହାର କରି ଦିଅନ୍ତୁ। ତା’ ପରେ ଉଷୁମ ପାଣିରେ ଡିଟରଜେଣ୍ଟ ମିଶାଇ ସେଥିରେ କପଡ଼ା ବୁଡ଼ାଇ ଫ୍ରିଜ୍ ସଫା କରନ୍ତୁ।
ଅଧାକପ୍ ଭିନେଗାରରେ ଅଳ୍ପ ବେକିଂ ସୋଡ଼ା ମିଶାଇ ସଫା କରିବା ନିମନ୍ତେ ଘରୋଇ କ୍ଲିନର ତିଆରି କରିପାରିବେ।
ଫ୍ରିଜ୍ରେ କୌଣସି ଦାଗ ଯଦି ଛାଡୁ ନ ଥାଏ ତେବେ ଏସିଡ୍ ଲଗାଇ ସଫା କରିପାରିବେ। ଏସିଡ୍ ବୋତଲରେ ଟୁଥ୍ବ୍ରଶ୍ ବୁଡ଼ାଇ ସେଥିରେ ଫ୍ରିଜ୍ ସଫା କରନ୍ତୁ। ହାତରେ ସଫାକଲେ ଏସିଡ୍ ପ୍ରଭାବରେ ତ୍ୱଚା ଖରାପ ହୋଇପାରେ।
ଫ୍ରିଜ୍ ପୋଛି ସାରିବା ପରେ ଏକ ଶୁଖିଲା କପଡ଼ାରେ ଭଲଭାବେ ପୋଛି ଆଣନ୍ତୁ। ଆଉ ମଏଶ୍ଚର ରହିବ ନାହିଁ।