ସଫେଇ କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବାରିପଦା ଅଫିସ,୮ା୧୦- ବାରିପଦା ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ କର୍ମଚାରୀମାନେ ମଙ୍ଗଳବାର ସକାଳେ ପୌର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ସୁରକ୍ଷା ଦାବି କରି ସଫେଇ କାର୍ଯ୍ୟ ବନ୍ଦ କରିଛନ୍ତି । ପରେ ଟାଉନ ଥାନା ପୋଲିସ ଓ ପୌର କର୍ତ୍ତୃପକ୍ଷ ସେମାନଙ୍କୁ ବୁଝା ସୁଝା କରିବା ପରେ ପରିସ୍ଥିତି ସୁଧୁରିଥିଲ। ସଫେଇ କର୍ମଚାରୀଙ୍କ ଅଭିଯୋଗ ମୁତାବକ ସୋମବାର ସକାଳେ ସହରର ୱାର୍ଡ ନଂ. ୨୩ ଅଞ୍ଚଳରେ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ଜଣେ ସଫେଇ କର୍ମଚାରୀଙ୍କୁ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଆକ୍ରମଣ କରିଥିଲେ। ପୌର କର୍ତ୍ତୃପକ୍ଷ ଏନେଇ କୌଣସି ପଦକ୍ଷେପ ନ ନେବାରୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।