ସଫେଇ କର୍ମଚାରୀଙ୍କୁ ମାସ୍କ, ସାନିଟାଇଜର ବଣ୍ଟନ

ବାଲିଗୁଡ଼ା:୨୨ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ସମସ୍ତେ ଘରେ ରହୁଥିବାବେଳେ ନିଜ ଜୀବନକୁ ବିପଦରେ ପକାଇ ସହରକୁ ପରିସ୍କାର ପରିଚ୍ଛନ ରଖୁଛନ୍ତି ସଫେଇ କର୍ମଚାରୀ। ମହାମାରୀ କରୋନା ମୁକାବିଲା ପାଇଁ ଆଗ ଧାଡ଼ିର ଯୋଦ୍ଧା ସାଜିଛନ୍ତି ଏମାନେ। ବାଲିଗୁଡ଼ା ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡଙ୍ଗୀଙ୍କ ଉପସ୍ଥିତିରେ ଅଞ୍ଚଳର ଯୁବ ସମାଜସେବୀ ଜିତେନ୍ଦ୍ର କୁମାର ପାତ୍ର ସହଯୋଗୀଙ୍କ ସହ ମିଶି କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ୱ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସାନିଟାଇଜର, ମାସ୍କ, ସାବୁନ ପ୍ରଦାନ କରିଥିଲେ। ଏନ୍‌ଏସି ଅଧ୍ୟକ୍ଷ ପାଢ଼ୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଷଡଙ୍ଗୀ ଜିତୁଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ ପ୍ରଶଂସା କରିଛନ୍ତି।

Share