ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦୁଝର, ୫।୯:(ସ୍ବ.ପ୍ର.): ବିଭିନ୍ନ ସମସ୍ୟାକୁ ନେଇ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିଯୁକ୍ତି ପାଇଥିବା ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ପରେ ସିଡିଏମଓ ଡ଼କ୍ଟର ଏସ. ଏସ. ବଳଙ୍କ ଆଶ୍ୱାସନା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଉଠିଥିଲେ। ଦରମା ନିୟମିତ ମିଳୁ ନ ଥିବା, ଦରମାରୁ କଟାଯାଉଥିବା ଇପିଏଫ, ଇଏସଆଇ ବାବଦକୁ ଅର୍ଥ ଜମା କରାଯାଉ ନ ଥିବା, ସର୍ବନିମ୍ନ ମଜୁରୀ ମିଳୁ ନାଧାରଣ ନେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଏହି କାମ ହାତକୁ ନେଇଥିବା ଘରୋଇ ସଂସ୍ଥା ସଫେଇ ବାବଦକୁ ବହୁ ଅର୍ଥ ନେଉଥିଲେ ହେଁ ଠିକ ଭାବରେ ସଫେଇ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଏବେ କର୍ମଚାରୀଙ୍କ ପ୍ରତି ଅବହେଳା ଚର୍ଚ୍ଚାର ବିଷୟ ହୋଇଛି। ଏଣୁ ତୁରନ୍ତ ଏହାର ପ୍ରତିକାର କରିବାକୁ ଦାବି ହେଉଛି। ଏନେଇ ସଂସ୍ଥାର ମୁଖ୍ୟ ସୁରେନ୍ଦ୍ର ବାରିକ କହିଛନ୍ତି ଯେ, ସେଭଳି କୌଣସି ସମସ୍ୟା ନାହଁ। ବେ ଅଦ୍ୟାବଧି ପଇସା ପାଇନାହାଁନ୍ତି। ତେବେ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ଦିଆଯାଇଛି। ନୂଆ ପିଲାଙ୍କ ଇପିଏଫ ସମସ୍ୟା ରହିଛି ବୋଲି ସେ କହିଛନ୍ତି।