ସଫେଇ କର୍ମଚାରୀ ପଦ ଲାଗି ୭ ହଜାର ଇଞ୍ଜିନିୟରଙ୍କ ଆବେଦନ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁରରେ ସଫେଇ କର୍ମଚାରୀ ପଦବୀ ଲାଗି ୭ ହଜାର ଇଞ୍ଜିଜିନିୟରଙ୍କ ଆବେଦନ ବେକାରି ସମସ୍ୟାର ବିକଳ ଚିତ୍ରକୁ ପଦାରେ ପକାଇଛି। ସିଟି କର୍ପୋରେଶନରେ ଖାଲିଥିବା ୪୪୯ ପଦ ଲାଗି ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ୍‌ ଥିବାବେଳେ ୭ ହଜାର ଇଞ୍ଜିନିୟର, ପୋଷ୍ଟ ଗ୍ରାଜୁଏଟ୍‌ ଓ ଡିପ୍ଲୋମାଧାରୀ ଏଥିଲାଗି ୩ ଦିନରେ ଆବେଦନ କରିଛନ୍ତି। ଦରଖାସ୍ତ ଯାଞ୍ଚ ପରେ ଏହି ତଥ୍ୟ ପଦାକୁ ଆସିଛି। କେତେକ ଆବେଦନକାରୀ ଘରୋଇ ଫାର୍ମରେ କାମ କରୁଥିବାବେଳେ ସରକାରୀ ଚାକିରି ଆଶାରେ ଆବେଦନ କରିଛନ୍ତି। ଜବ୍‌ ସିକ୍ୟୁରିଟି ସହ ଦରମା ୧୫,୭୦୦ ଟଙ୍କା ପାଇବା ଆଶାରେ ଅନେକ ଉଚ୍ଚଶିକ୍ଷିତ ଯୁବକ ଏଥିଲାଗି ଆବେଦନ କରିଥିବା କହିଛନ୍ତି। ସରକାରୀ ଭାବେ ସଫେଇ କାର୍ଯ୍ୟ ସକାଳେ ୩ ଘଣ୍ଟା ଓ ସନ୍ଧ୍ୟାରେ ୩ ଘଣ୍ଟା କରିବାକୁ ପଡ଼ିବ। ଘରୋଇ କର୍ମଚାରୀ ଭାବେ ୧୨ ଘଣ୍ଟା କାମ କରି ୬/୭ ହଜାର ରୋଜଗାର କରିବା ଅପେକ୍ଷା ସରକାରୀ ଚାକିରି ଲାଗି ଏମାନେ ମନ ବଳାଇଛନ୍ତି।

Share