କୃଷ୍ଣପ୍ରସାଦ,୨୭ା୪(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସିଅଣ୍ଡି ପଞ୍ଚାୟତରେ ଜଣେ ସଫେଇ କରୋନା ଯୋଦ୍ଧାଙ୍କ କାର୍ଯ୍ୟରତ ସମୟରେ ମୃତ୍ୟୁ ଘଟିଥିବା ଜଣାଯାଇଛି। ତାଙ୍କ ନାମ ଶରତ ନାୟକ। ସେ ସିଅଣ୍ଡି ଗ୍ରାମରେ ସଫେଇ କାର୍ଯ୍ୟ ସାରି ନିଜ ଗ୍ରାମ କହ୍ନେଇପୁରକୁ ଫେରୁଥିଲେ । ଆସିବା ରାସ୍ତାରେ ସାଇକେଲରୁ ତଳେ ପଡ଼ି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ୧୦୮ ଯୋଗେ ନିଆଯାଇ କୃଷ୍ଣପ୍ରସାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।