Categories: ଜାତୀୟ

ସଫେଇ ଦେଲେ ପ୍ରଜ୍ଞା

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପ୍ରଜ୍ଞା ସିଂ ଠାକୁରଙ୍କ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ଦଳ ପକ୍ଷରୁ ତାଙ୍କୁ ତାଙ୍କ ପଦବୀରୁ ବାହାର କରାଯିବାକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ‘ବେଳେ ବେଳେ ମିଥ୍ୟାର ଘୂର୍ଣ୍ଣିଝଡ ଏମିତି ହୋଇଥାଏ ଯେ ଦିନ ବି ରାତି ଭଳି ଲାଗେ। ହେଲେ ସୂର୍ଯ୍ୟ ତାଙ୍କ ଜାଗାରେ ସ୍ଥିର ରହିଥାଆନ୍ତି ଓ ଆଲୋକ ପ୍ରଦାନ କରି ଚାଲିଥାଆନ୍ତି। ତେଣୁ ଉଡାକଥାରେ ବା ପ୍ରମାଣ ନ ଥିବା କଥାରେ ଆଦୌ ବିଶ୍ୱାସ କରନ୍ତୁ ନାହିଁ ବୋଲି ପ୍ରଜ୍ଞା କହିଛନ୍ତି। କାରଣ ସୂର୍ଯ୍ୟ ସ୍ଥିର। ଗତକାଲି ସେ କେବଳ ସ୍ବାଧିନତା ସଂଗ୍ରାମୀ ଉଦ୍ଧମ ସିଂଙ୍କ ଅପମାନ ସହି ପାରି ନ ଥିଲେ ବୋଲି କହିଛନ୍ତି।

Share