ସଫେଇ ନାଁରେ ସରକାରୀ ଅଫିସ୍‌ ପରିସରରୁ ମୂଲ୍ୟବାନ ଗଛ ଚାଲାଣ

ବାଲେଶ୍ୱର ଅଫିସ, ୧୯।୭-ବାଲେଶ୍ୱର ଜଳସେଚନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ନିମ୍ବ, ଆକାଶୀ, ଶାଗୁଆନ, କଦମ୍ବ, ଆମ୍ବ ଭଳି ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ୪୦୭ ଏବଂ ପିକଅପ୍‌ ଭ୍ୟାନ୍‌ ଯୋଗେ ବେଆଇନ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଅଫିସ୍‌ ପଛପଟେ ସଫା କରିବା ନାଁରେ ଏପରି କାର୍ଯ୍ୟ କରାଯାଉଥିବା କର୍ମଚାରୀମାନେ କହିଛନ୍ତି। ଅଭିଯୋଗ ପାଇ ବନବିଭାଗ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।
ଜଳସେଚନ ବିଭାଗ ବାଲେଶ୍ୱର ନିର୍ବାହୀଯନ୍ତ୍ରୀ କାର୍ଯ୍ୟାଳୟରେ ଥିବା ଏକ ପୋଖରୀ ଚାରିପାଖରେ ଉପରୋକ୍ତ ମୂଲ୍ୟବାନ ଗଛଗୁଡ଼ିକ ଥିଲା। ଚାରିପାଖ ଛୋଟଛୋଟ ଲଟା ଓ ବୁଦାରେ ପରିପୂର୍ଣ୍ଣ ଥିବାବେଳେ ଏହାକୁ ସଫା କରିବା ପାଇଁ ୨ମାସ ପୂର୍ବରୁ ତତ୍କାଳୀନ ନିର୍ବାହୀଯନ୍ତ୍ରୀ ନିରଞ୍ଜନ ମହାଳିକ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୌଣସି ଅଫିସିଆଲ କାର୍ଯ୍ୟାଦେଶ କିମ୍ବା ଚୁକ୍ତିନାମା ନ ପାଇ ସହକାରୀ ଯନ୍ତ୍ରୀ ଉକ୍ତ ପୋଖରୀ ଆଡ଼ିକୁ ସଫା କରିବା ସହ ୫୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି ଦେଇଥିଲେ। ଏପରିକି ବନବିଭାଗର କୌଣସି ଅନୁମତି ମଧ୍ୟ ଆଣି ନ ଥିଲେ। ଗଛଗୁଡ଼ିକୁ କାଟି ସାରିବା ପରେ ଗଣ୍ଡିଗୁଡ଼ିକୁ ୪୦୭ ଓ ପିକଅପ୍‌ ଭ୍ୟାନ୍‌ରେ ଲୋଡ୍‌ କରି ବାହାରକୁ ଚାଲାଣ କରାଯାଇଛି। ଅନ୍ୟପକ୍ଷରେ ପୋଖରୀରୁ ମାଟି ଉଠାଇ ମୂଳଗୁଡ଼ିକ ପୋତି ଦିଆଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗଛର ବଙ୍କାଟଙ୍କା ଅଂଶ ସହିତ ଡାଳ ଓ ପତ୍ରକୁ ନିଆଁ ଲଗାଇ ପୋଡ଼ି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଉଥିବା ବିଭିନ୍ନ ମହଲରୁ ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ବିଭାଗର ନିର୍ବାହୀଯନ୍ତ୍ରୀ ଦାୟିତ୍ୱରେ ଥିବା ଆର୍ତତ୍ରାଣ ସାହୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଉକ୍ତ ପୋଖରୀ ଚାରିପାଖ ବଣଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ସଫା କରିବା ପାଇଁ ଅଫିସ୍‌ କର୍ମଚାରୀମାନଙ୍କୁ କୁହାଯାଇଥିଲା। ସେଥିପାଇଁ କୌଣସି ପ୍ରକଳ୍ପ କିମ୍ବା କାର୍ଯ୍ୟାଦେଶ କିମ୍ବା ଚୁକ୍ତିନାମା ହୋଇ ନ ଥିଲା କି ଥିବା ଗଛଗୁଡ଼ିକ କଟାଯିବାର ନିଷ୍ପତ୍ତି ନିଆଯାଇ ନ ଥିଲା। ଗଛ କଟା ଯାଇଥିବା ବିଷୟରେ ତାଙ୍କୁ ଜଣା ନ ଥିବା ବେଳେ ବହୁଶୀଘ୍ର ତଦନ୍ତ କରି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ପର୍କରେ ବନ ଅଧିକାରୀ ବିଶ୍ୱରାଜ ପଣ୍ଡା କହନ୍ତି, ଜିଲା ଜଳସେଚନ ବିଭାଗ ଅଫିସ୍‌ ପକ୍ଷରୁ ଗଛ କାଟିବା ପାଇଁ କୌଣସି ଅନୁମତି ଆବେଦନ କରି ନାହାନ୍ତି କି କୌଣସି ପ୍ରକାର ଅନୁମତି ଦିଆଯାଇ ନାହଁି। ଗୁରୁବାର ସ୍ଥାନୀୟ ରେଞ୍ଜରଙ୍କୁ ପଠାଇ ତଦନ୍ତ ଆରମ୍ଭ କରାଯାଇଛି। ସହକାରୀ ଯନ୍ତ୍ରୀ ହରେକୃଷ୍ଣ ଧଳ କହିଛନ୍ତି ଯେ, ପୋଖରୀ ଚାରିପାଖ ବଣଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିଲା। ସେଠାରେ ରହୁଥିବା ଲୋକମାନେ ଏଥିପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏପରିକି ପୋଖରୀ ବ୍ୟବହାର ଅନୁପଯୋଗୀ ହୋଇପଡିଥିଲା। ପୋଖରୀକୁ ପରିଷ୍କାର କରିବା ସହ ବଣ ଜଙ୍ଗଲକୁ ସଫା କରାଯାଇଛି। ଉପୁଡ଼ି ପଡ଼ିଥିବା କେତେକ ଗଛକୁ କାଟି ଅଫିସ୍‌ରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri