ସଫ୍ଟଓ୍ବେର ଚିହ୍ନଟ କରିବ ଫୁସ୍‌ଫୁସ୍‌ କ୍ୟାନ୍‌ସର

ଏଣିକି ଫୁସ୍‌ଫୁସ୍‌ କ୍ୟାନ୍‌ସରକୁ ସହଜରେ ଚିହ୍ନଟ କରିହେବ। ଦୀର୍ଘବର୍ଷର ଗବେଷଣା ପରେ
କାଲିଫର୍ନିଆ ବିଶ୍ୱବିଦ୍ୟାଳୟର କ୍ୟାନ୍‌ସର ବିଶେଷଜ୍ଞମାନେ ଏଥିରେ ସଫଳ ହୋଇଛନ୍ତି। ସେମାନେ ଏପରି ଏକ ସଫ୍ଟଓ୍ବେର ପ୍ରସ୍ତୁତ କରିଛନ୍ତି, ଯାହାକୁ ବ୍ୟବହାର କରି ଫୁସ୍‌ଫୁସ୍‌ କ୍ୟାନ୍‌ସର ସମ୍ପର୍କରେ ସୂଚନା ମିଳିପାରିବ। ଏହି ନୂଆ ପ୍ରଣାଳୀ କମ୍ପ୍ୟୁଟର ଟମୋଗ୍ରାଫିଠାରୁ ବେଶ୍‌ ସରଳ। ଏହି ସଫ୍ଟଓ୍ବେର ଟୁଲ୍‌ରେ ଏକ ସରୁ ଛୁଞ୍ଚତ୍ ସଂଯୋଗ କରାଯାଇଛି। ଏହାକୁ ବ୍ୟବହାରକରି ଫୁସ୍‌ଫୁସ୍‌ କ୍ୟାନ୍‌ସର ସମ୍ପର୍କରେ ଜାଣିହେବ ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। କେବଳ ସେତିକି ନୁହେଁ, କେତେକ ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋଗୀଙ୍କଠାରେ ପରୀକ୍ଷାମୂଳକ ଭାବରେ ଏହାକୁ ବ୍ୟବହାର କରାଯାଇ ସଫଳତା ମିଳିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।