ସବର୍ଣ୍ଣ, ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟଣା: ୩ ଦିନ ବିତିଥିଲେ ସୁଦ୍ଧା ଗିରଫ ହୋଇପାରିଲେନି ଅଭିଯୁକ୍ତ, ଚଢ଼ାଉ ଜାରି

ହାଟଡିହୀ,୨୯।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା ଏଥିରେ ସବର୍ଣ୍ଣ ସାହିର ପ୍ରସନ୍ନ ନାୟକ ଗୁରୁତର ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ନନ୍ଦିପଦା ଥାନାରେ ୪୮/୨୦୧୯ ରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣା ଚଳିତ ମାସ ଗତ ୨୭ ତାରିଖ ଦିନ ସନ୍ଧ୍ୟା ସମୟରେ ଘଟିଥିଲାା ଉକ୍ତଦିନ ରାତି ଡିଏସ୍‌ପି ପାହ୍ୟାର ଅଧିକାରୀ ଓ ପୋଲିସ ଫୋର୍ସ ଗ୍ରାମରେ ଚଢ଼ାଉ କରିଥିଲେ। ଏହି ଘଟଣାକୁ ୩ ଦିନ ବିତିଥିଲେ ବି କୌଣସି ଅଭିଯୁକ୍ତ ଅଦ୍ୟାବଧି ଗିରଫ ହୋଇପାରିନାହାନ୍ତି। ଅପରପକ୍ଷେ ଆନନ୍ଦପୁର ଡିଏସ୍‌ପି ବିଦ୍ୟୁତ ଚନ୍ଦ୍ର ପଣ୍ଡା ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।