Posted inଫୁରସତ

ସବୁଜ ମିଶନରେ ଲାଗିପଡିଛନ୍ତି ପାରା ଆଥଲେଟ୍‌ ଟି ଭି ସୁବ୍ରମଣୀ

ଅନ୍ତର୍ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିଅନସିପରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଙ୍ଗାଲୁରୁ ନିବାସୀ ୩୯ ବର୍ଷୀୟ ଟି ଭି ସୁବ୍ରମଣୀ ନିଜ ଗାଁରେ ସବୁଜ ମିଶନ୍‌ ଆରମ୍ଭ କରିଛନ୍ତି। ନିଜ ଦମ୍‌ରେ ଗାଁକୁ ସବୁଜ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଦିନକୁ ଦିନ ପରିବେଶ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ସହରୀ ଅରାଜକତା ଯୋଗୁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ତେଣୁ ଏ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଆରମ୍ଭ କରିଛନ୍ତି ସବୁଜ ମିଶନ୍‌। ସୁବ୍ରମଣୀ କହିଛନ୍ତି, ସେ ଶାରୀରିକ ଦିବ୍ୟାଙ୍ଗ ହୋଇପାରନ୍ତି, କିନ୍ତୁ ମନରେ ଖୁବ୍‌ ଦୃଢ଼ ଏବଂ ଶକ୍ତ। ଏହି ଦୃଢ଼ ମନୋବଳ ନେଇ ସେ ଗାଁକୁ ପ୍ରଦୂଷଣମୁକ୍ତ କରିବା ସହ ଚିରସବୁଜ କରିବାକୁ ଆଗେଇ ଆସିଛନ୍ତି। ନିମ୍ବ, ଆମ୍ବ ଭଳି ଅନେକ ପ୍ରକାର ବୃକ୍ଷରୋପଣ କରି ସେ ଏକ ସବୁଜ ଶୃଙ୍ଖଳ ଆରମ୍ଭ କରିଛନ୍ତି। ତାଙ୍କ ନିଃସ୍ବାର୍ଥପର ଭାବନା ଏବେ ଗ୍ରାମବାସୀଙ୍କୁ ମଧ୍ୟ ପରିବେଶ ରକ୍ଷା ଦିଗରେ ପ୍ରଭାବିତ କରିଛି। ସମସ୍ତେ ଏକଜୁଟ୍‌ ହୋଇ ତାଙ୍କୁ ସାହାଯ୍ୟ ଏବଂ ସହଯୋଗ କରୁଛନ୍ତି। ଗାଁ ରାସ୍ତାର ଉଭୟ ପାର୍ଶ୍ୱରେ ତାଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ ଦେଖି ଅନେକ ଆଶ୍ଚର୍ଯ୍ୟଚକିତ ହେଉଛନ୍ତି। ଜଣେ ଦିବ୍ୟାଙ୍ଗଙ୍କର ଏଭଳି ପଦକ୍ଷେପ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri