Posted inଫୁରସତ

ସବୁଠାରୁ ଦାମୀ ଜୋତା, ମୂଲ୍ୟ ୧୨୩ କୋଟି ଟଙ୍କା

ଗହଣା ଏବଂ ପୋଷାକ ଭଳି ଜୋତା ମଧ୍ୟ ଆଭିଜାତ୍ୟର ଏକ ଅଂଶ ବିଶେଷ। ତେଣୁକରି ତ କୁହାଯାଏ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବ୍ୟକ୍ତିତ୍ୱ ସେ ପିନ୍ଧିଥିବା ଜୋତାରୁ ଜଣାଯାଏ। ତେବେ ଦାମୀ ଗହଣା, ଦାମୀ ପୋଷାକ ଭଳି ପୃଥିବୀର ସବୁଠାରୁ ଦାମୀ ଜୋତା ଏବେ ପ୍ରଦର୍ଶିତ ହୋଇଛି ଦୁବାଇଠାରେ, ଯାହାର ମୂଲ୍ୟ ରହିଛି ୧୭ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୧୨୩ କୋଟି ଟଙ୍କା। ୟୁଏଇ ସ୍ଥିତ ବ୍ରାଣ୍ଡ ଜଡା ଦୁବାଇ ଏବଂ ପ୍ୟାଶନ ଜୁଏଲର୍ସର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି ଲଗ୍‌ଜୁରୀ ଜୋତାରେ ହୀରା ଏବଂ ସୁନାର ବ୍ୟବହାର କରାଯାଇଛି। ୧୦୦ରୁ ଅଧିକ ହୀରାଖଚିତ ଏହି ଜୋତାରେ ଦୁଇଡି ଦୁର୍ଲଭ ହୀରା ମଧ୍ୟ ଲଗାଯାଇଛି। କେବଳ ସେତିକି ନୁହେଁ, ଏହି ଜୋତା ଭିତରେ ଥିବା ଦୁଇଟି କମ୍ପାନୀର ଲୋଗୋ ମଧ୍ୟ ପ୍ରସ୍ତୁତ ହୋଇଛି ସୁନାରେ।


Enter your email to get our daily news in your inbox.

All Right Reserved By Dharitri.Com

୨.୩୬ ଲକ୍ଷରେ ନିଲାମ ହେଲା କ୍ୱିନ୍‌ ଏଲିଜାବେଥ୍‌-୨ଙ୍କ ବିବାହ କେକ୍‌ ଖଣ୍ଡ

ଲଣ୍ଡନ: ଦୀର୍ଘ ୭୭ ବର୍ଷ ପରେ ବ୍ରିଟେନ୍‌ର ପୂର୍ବତନ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍‌ଙ୍କ ବିବାହ କେକ୍‌ର ଏକ ଖଣ୍ଡକୁ ନିଲାମ କରାଯାଇଛି। ୧୯୪୭...

୨୦୪୦ ସୁଦ୍ଧା ଲୁନାର ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବ ଇସ୍ରୋ

ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତର ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ଦିଗରେ ୨୦୪୦ ସୁଦ୍ଧା ଲୁନାର ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବାକୁ ଭାରତୀୟ ମହାକାଶ ଗବେଷଣା...

ପେଟ୍ରୋଲ ପମ୍ପରେ ଏସବୁ ଜିନିଷ ଫ୍ରିରେ ବ୍ୟବହାର କରିପାରିବେ ଆପଣ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୧୧।୧୧: ଦେଶରେ ପ୍ରତିଦିନ କୋଟି କୋଟି ଯାନବାହାନ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଏହି ଯାନଗୁଡ଼ିକରେ ଡିଜେଲ, ପେଟ୍ରୋଲ, ସିଏନଜି ଏବଂ ଇଲେକ୍ଟ୍ରିକ ଯାନ ଅନ୍ତର୍ଭୁକ୍ତ।...

ଏହି ଗାଁର ୪୦ କୁମାରୀ ହେଲେ ଗର୍ଭବତୀ! ଲୋକେ ଆଶ୍ଚର୍ଯ୍ୟ

ବାରାଣସୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ମଲହିୟା ଗାଁର ପ୍ରାୟ ୪୦ କୁମାରୀ...

ନବଜାତ ଶିଶୁ କାନ୍ଦନ୍ତି କାହିଁକି: କ’ଣ କୁହେ ବିଜ୍ଞାନ, ପୁରାଣ…

ଅସହନୀୟ ପ୍ରସବ ଯନ୍ତ୍ରଣା ପରେ ମା’ ଜନ୍ମଦିଏ ସନ୍ତାନକୁ। ଆଉ ଯେବେ ସେ ଶୁଣେ ଶିଶୁର ପ୍ରଥମ କୁଆଁ କୁଆଁ କାନ୍ଦ ତା’ ମନରେ ଭରିଯାଏ...

ପିଲା ମୋବାଇଲ ଛାଡି ବହି ଧରନ୍ତୁ

ଖବରକାଗଜ ଓ ପତ୍ରପତ୍ରିକା ବିନା ଏକ ଆଧୁନିକ ସମାଜର କଥା ଚନ୍ତା କରାଯାଇ ନ ପାରେ। ଯାହାକୁ ଖୁବ୍‌ ଭଲଭାବେ ଅନୁଭବ କରିଛନ୍ତି ଅନେକ ମଣିଷ।...

ପ୍ରଥମ ଦରମା ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ବାଇଁ

୧୯୯୦ ମସିହାର କଥା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଅବିଭକ୍ତ କୋରାପୁଟ ଜିଲାରେ ପ୍ରଶିକ୍ଷଣ ନେବା ପାଇଁ ସଚିବାଳୟରୁ ଡାକରା ଆସିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri