Advertisement

ସବୁଠାରୁ ଧନୀ ଗଣେଶ

ମୁମ୍ବାଇ,୨।୯: ସମଗ୍ର ଦେଶରେ ସୋମବାର ଗଣେଶ ପୂଜା ପାଳନ କରାଯାଇଛି। ଏନେଇ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଥିବା ବେଳେ ମୁମ୍ବାଇର ବଡ଼ ପର୍ବ ଭାବେ ଜଣାଶୁଣା ଗଣେଶ ପୂଜା ବହୁ ଆଡମ୍ବରରେ ପାଳନ କରାଯାଇଛି। ବାଲଗଙ୍ଗାଧର ତିଲକଙ୍କ ଦ୍ୱାରା ଏହି ପର୍ବର ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ମଣ୍ଡପମାନଙ୍କରେ ସାର୍ବଜନୀନ ଭାବେ ଗଣପତିଙ୍କ ସ୍ଥାପନା କରାଯାଇଛି। ଏଥିମଧ୍ୟରୁ ବଡାଲାର ଜିଏସ୍‌ବି ଗଣପତି ହେଉଛନ୍ତି ନିଆରା। ତାଙ୍କୁ ମୁମ୍ବାଇର ସବୁଠାରୁ ଧନୀ ଗଶେଶ ବୋଲି କୁହାଯାଏ। ଚଳିତ ଥର ଏହି ଗଣେଶଙ୍କ ପ୍ରତିମାରେ ୬୫ କିଲୋଗ୍ରାମର ସୁନା ଓ ୩୫୦ କିଲୋଗ୍ରାମର ରୂପା ଅଳଙ୍କାର ଚଢ଼ାଯାଇଥିବା ଦେଖିବାକୁ ମିଳିଛି। ଏଥିସହ ଚଳିତ ଥର ଏହି ମଣ୍ଡପର ପ୍ରାୟ ୨୬୬କୋଟି ଟଙ୍କାର ବୀମା କରାଯାଇଥିବା ଜଣାପଡ଼ିଛି। ଏଠାରେ ଆଜି ବି ଦକ୍ଷିଣ ଭାରତର ପରମ୍ପରା ଅନୁସାରେ ଗଣପତିଙ୍କର ପୂଜାର୍ଚ୍ଚନା କରାଯାଇଥାଏ। ଏଥିସହ ଏଠାରେ ତୁଳାଦାନର ବି ମହତ୍ତ୍ୱ ରହିଛି। ଯେଉଁ ଭକ୍ତର ମନସ୍କାମନା ପୂରଣ ହୋଇଥାଏ ସେ ନିଜ ଓଜନ ହିସାବରେ ଖାଦ୍ୟଶସ୍ୟ ଯେପରି ଅଟା, ଘିଅ, ଚିନି, ନଡ଼ିଆ ଆଦି ଦାନ କରିଥାନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share