ସବୁଠି ଜଗିଛି ପୋଲିସ: ବାଇକ୍‌, ୪ ଚକିଆ ଯାନ ଉପରେ ନଜର

ବନ୍ତ, ୧୦।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଦିନକୁଦିନ ଲକଡାଉନ୍‌ ଆଇନକୁ କଡାକଡି କରୁଛନ୍ତି ା ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି ା ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ମୁଖ୍ୟ ବଜାର ଓ ରାସ୍ତାରେ ଯାଞ୍ଚ କଡାକଡି କରାଯାଉଛି ା ଗତ ୩ ଦିନ ଧରି ପୋଲିସ ପକ୍ଷରୁ ବନ୍ତ ଥାନା ଛକ ଓ କେନ୍ଦୁଆପଦା ଫାଣ୍ଡି ଛକଠାରେ ଯାନବାହନ ଯାଞ୍ଚ କରାଯାଇ ବହୁତ ବାଇକ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଛି ା ଏଥିସହ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ, ବନ୍ତ-ବାରିକପୁର, ବନ୍ତ-ଆଗରପଡା ରାସ୍ତାରେ ପାଟ୍ରୋଲିଂ କରାଯାଇ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ା