କୋଲକାତା,୧୯।୧୨- ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଏଠାରେ ଗୁରୁବାର ଅନୁଷ୍ଠିତ ନିଲାମ ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ପାଟ କୁମିନ୍ସ ସବୁଠୁ ଦାମୀ ବିଦେଶୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ସର୍ବାଧିକ ୧୫.୫୦ କୋଟି ଟଙ୍କାରେ କୋଲକାତା ନାଇଟ ରାଇଡର୍ସ (କେକେଆର) କିଣିଛି। ସେ ଆଇପିଏଲ ଇତିହାସରେ ସବୁଠୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି। ନିଲାମ ପ୍ରକ୍ରିୟାରେ କୁମିନ୍ସ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଦାମୀ ବିଦେଶୀ ଖେଳାଳିଙ୍କ ତାଲିକାରେ କୁମିନ୍ସଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସଓ୍ବେଲ। ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୦.୭୫ କୋଟି ଓ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସଙ୍କୁ ୧୦ କୋଟି ଟଙ୍କାରେ ଆରସିବି ଦଳରେ ସାମିଲ କରିଛି।