Categories: ଫୁରସତ

ସବୁଠୁ ବଡ଼ ଚଳନ୍ତା ରୋବୋ

ଜାପାନର ମେକାନିକାଲ କମ୍ପାନୀ ସକାକିବାରା କିକାଇ ତିଆରି କରିଛି ପୃଥିବୀର ସବୁଠାରୁ ବଡ଼ ହ୍ୟୁମାନୋଏଡ୍‌ ଭେହିକଲ୍‌। ଏହା ଦେଖିବାକୁ ଏକ ବିରାଟକାୟ ରୋବୋ ପରି, ଯାହାର ଉଚ୍ଚତା ୨୭ ଫୁଟ୍‌ ୯ ଇଞ୍ଚ, ଓସାର ୧୩ ଫୁଟ୍‌ ୧ ଇଞ୍ଚ ଓ ଲମ୍ବ ୧୪ ଫୁଟ। ଏହାର ନାମ ମୋନୋନୋଫୁ ରଖାଯାଇଛି, ଯାହାର ଅର୍ଥ ସାମୁରାଇ ଯୋଦ୍ଧା। ଉକ୍ତ ହ୍ୟୁମାନୋଏଡ୍‌ ଭେହିକଲ୍‌ ଭିତରେ ଏକ କକ୍‌ପିଟ୍‌ ରହିଛି, ଯାହା ମଧ୍ୟରୁ ରୋବୋର ସବୁ ଗତିବିଧିକୁ ନିୟନ୍ତ୍ରଣ କରାଯାଇଥାଏ। ଏଥିରେ ଏକ ଲିଫ୍ଟ ବି ଅଛି, ଯାହା ସାହାଯ୍ୟରେ ଏହାର ଚାଳକ ବା ପାଇଲଟ୍‌ କକ୍‌ପିଟ୍‌ ପର୍ଯ୍ୟନ୍ତ ଯାଇଥାଆନ୍ତି। ଏହାକୁ ତିଆରି କରିବା ପାଇଁ ୬ ବର୍ଷ ସମୟ ଲାଗିଥିଲା। ଗିନିଜ ଓ୍ବାର୍ଲଡ ରେକର୍ଡରେ ଏହା ସବୁଠାରୁ ବଡ଼ ହ୍ୟୁମାନୋଏଡ୍‌ ଭେହିକଲ୍‌ର ମାନ୍ୟତା ପାଇଛି।

Share