Categories: ଫୁରସତ

ସବୁଠୁ ବଡ଼ ହାତ ତିଆରି ବହି

ଖଟରେ ଶୋଇ ବହି ପଢ଼ିବା ଅଭ୍ୟାସ ଅନେକଙ୍କର ଥାଏ। ତେବେ ଆମେ ଏଠି ଯେଉଁ ବହି କଥା କହୁଛୁ ତା’ର ପୃଷ୍ଠା ଓଲଟାଇବା ପାଇଁ ଆବଶ୍ୟକ ୬ ଜଣ ବ୍ୟକ୍ତି । ତେଣୁ ଆରାମରେ ଶୋଇ ହାତରେ ବହି ଧରି ପଢ଼ିବା ଅସମ୍ଭବ। କାରଣ ଏ ହେଉଛି ପୃଥିବୀର ସବୁଠୁ ବଡ଼ ହାତ ତିଆରି ବହି, ଯାହାର ଓଜନ ୧.୪ ଟନ୍‌। ଦୈର୍ଘ୍ୟ ୪.୧୮ ମିଟର, ପ୍ରସ୍ଥ ୩.୭୭ ମିଟର ଏବଂ ଏଥିରେ ୩୪୬ ପୃଷ୍ଠା ରହିଛି। ଉତ୍ତର ହଙ୍ଗେରୀର ସିନପେତ୍ରୀ ଗାଁରେ ଅଛି ଏହି ପୁସ୍ତକ। ପୁସ୍ତକଟିରେ ସ୍ଥାନୀୟ ବୃକ୍ଷଲତା, ପ୍ରାଣୀ ସମ୍ପଦ ଆଦି ସମ୍ପର୍କରେ ତଥ୍ୟ ରହିଛି। ଏହାର ମଲାଟଟିକୁ ୧୩ଟି ଆର୍ଜେଣ୍ଟିନୀୟ ଗାଈର ଚମଡାରେ ତିଆରି ହୋଇଛି। ପାରମ୍ପରିକ କାଗଜ ତିଆରି କଳାରେ ପାରଙ୍ଗମ ବାପା ପୁଅ ବେଲା ଭର୍ଗା ଓ କାବୋର୍‌ ଭର୍ଗା ଏହି ପୁସ୍ତକକୁ ତିଆରି କରିଛନ୍ତି। ଏଥିରେ ପାରମ୍ପରିକ ପୁସ୍ତକ ବାନ୍ଧିବା ପଦ୍ଧତି ବ୍ୟବହାର କରାଯାଇଛି। ଏଥିରେ ବ୍ୟବହୃତ କାଗଜକୁ ଅଷ୍ଟ୍ରିଆର ପେପର୍‌ ମିଲ୍‌ରୁ ଅଣାଯାଇଛି। ଆଉ ପ୍ରିଣ୍ଟ କରାଯାଇଛି ବିଲବୋର୍ଡ ବିଜ୍ଞାପନ ପ୍ରିଣ୍ଟ କରାଯାଉଥିବା ବଡ଼ ଇଣ୍ଡଷ୍ଟ୍ରିଆଲ ପ୍ରିଣ୍ଟରରେ।

Share