ସବୁଠୁ ମହଙ୍ଗା ପରିବା, କିଲୋ ୮୨ ହଜାର ଟଙ୍କା

ଦୁନିଆରେ ଏଭଳି ଏକ ପରିବା ରହିଛି, ଯାହା ମୂଲ୍ୟ ସାମ୍ନାରେ ଆଳୁ, ଟମାଟୋ କି ପିଆଜ ଦର ବାଲିଗୋଡି଼ ସହ ସମାନ। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ପରିବାର ନଁା ହପ୍‌ ଶୁଟ୍ସ। ଏହାର ମୂଲ୍ୟ କିଲୋ ପ୍ରତି ୧୦୦୦ ୟୁରୋ ବା ପ୍ରାୟ ୮୨,୦୦୦ ଟଙ୍କା। ଏହାସତ୍ତ୍ୱେ ମଧ୍ୟ ବିଭିନ୍ନ ଦେଶରେ ଏହାର ଚାହିଦା ଅଧିକ ରହିଛି। କିଛି ଲୋକ ଏହାକୁ ତରକାରୀ ବ୍ୟତୀତ ଆଚାର କରି ଖାଇଥାନ୍ତି। ଏଥିରେ ଥିବା ଫୁଲ ପାଟିକୁ ଖୁବ୍‌ ରାଗ ଲାଗିଥାଏ। ବ୍ରିଟେନ୍‌, ଜର୍ମାନୀ ସମେତ ଅନ୍ୟ ୟୁରୋପୀୟ ଦେଶରେ ବାଇଗଣୀ ରଙ୍ଗର ଏହି ପରିବାକୁ କେବଳ ବସନ୍ତ ଋତୁରେ ଚାଷ କରାଯାଏ। ଗଛର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହା ଗୋଟିଏ ଦିନରେ ୬ ଇଞ୍ଚ ପର୍ଯ୍ୟନ୍ତ ବଢ଼ିଥାଏ। ଭାରତର ହିମାଳୟ କ୍ଷେତ୍ରରେ ହପ୍‌ ଶୁଟ୍ସର ଅନ୍ୟ ଏକ ପ୍ରକାର ପରିବାର ଚାଷ କରାଯାଏ, ଯାହାକୁ ସ୍ପଞ୍ଜ ମଶରୁମ୍‌ ବୋଲି କୁହାଯାଏ।

Share