ସବୁଠୁ ରଙ୍ଗିନ କାଫେ

ଯଦି ଆପଣ ଥାଇଲାଣ୍ଡ, ବ୍ୟାଙ୍କକ୍‌ ଯିବାକୁ ଯୋଜନା କରିଛନ୍ତି। ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଭଲ ପାଆନ୍ତି। ତେବେ ସେଠାକାର ସିଲୋମରେ ଥିବା ୟୁନିକର୍ନ କାଫେକୁ ନିଶ୍ଚିତଭାବେ ଯିବେ। କାରଣ ଏହି କାଫେ ବେଶ୍‌ ରଙ୍ଗିନ ହେବାସହ ୟୁନିକର୍ନ(ଏକ ଶିଙ୍ଗ ଥିବା ଘୋଡା) ଖେଳଣାରେ ଭରପୂର। ତେଣୁ ଏହା ‘ୟୁନିକର୍ନ କାଫେ’ଭାବେ ମଧ୍ୟ ପରିଚିତ। ଇନ୍ଦ୍ରଧନୁର ସାତ ରଙ୍ଗ ଏଠାରେ ରହିଛି। ଏଠାକାର ଖାଦ୍ୟ ବି ରଙ୍ଗିନ। ପ୍ଲାଷ୍ଟିକ ଚାଣ୍ଡେଲିୟର, ସିଲିଂରୁ ଝୁଲିଥିବା ୟୁନିକର୍ନ, ମଲ୍ଟି କଲର୍‌ ସୋଫା ସହ ଟେବୁଲରେ ସଜା ଯାଇଥିବା ଛୋଟ ଛୋଟ ଘୋଡ଼ାର ଖେଳଣା ବେଶ୍‌ ରଙ୍ଗିନ ଓ ଆକର୍ଷକ ଲାଗିଥାଏ। ଛୋଟ ପିଲାଙ୍କୁ ତ ଏହି କାଫେ ବହୁତ ଭଲ ଲାଗିବ।

Share