Categories: ଫୁରସତ

ସବୁଠୁ ଲମ୍ବା ପେଣ୍ଟିଂ, ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲା

ଚାଇନାର ସଙ୍ଗିତ ପ୍ରଯୋଜକ ତଥା ଚିତ୍ରକର ଗୁଓ ଫେଙ୍ଗ୍‌ ଏବେ ସଙ୍ଗିତ ଅପେକ୍ଷା ତାଙ୍କର ପେଣ୍ଟିଂ ପାଇଁ ଅଧିକ ପରିଚିତ ହୋଇପାରିଛନ୍ତି। ୧୯୯୧ ମସିହାରୁ ଏପର୍ଯ୍ୟନ୍ତ ସେ ୩୦୦ରୁ ଊର୍ଦ୍ଧ୍ୱ ପେଣ୍ଟିଂ କରିସାରିଲେଣି। ତେବେ ପୃଥିବୀର ସବୁଠାରୁ ଲମ୍ବା ପ୍ରାଚୀର ‘ଗ୍ରେଟ୍‌ ଓ୍ବାଲ୍‌ ଅଫ୍‌ ଚାଇନା’ଠାରେ କରିଥିବା ଲମ୍ବା ପେଣ୍ଟିଂଟି ପାଇଁ ସେ ପୃଥିବୀ ପ୍ରସିଦ୍ଧ ହୋଇଯାଇଛନ୍ତି। ୟୋଙ୍ଗଶେଙ୍ଗ ନାମକ ଉକ୍ତ ପେଣ୍ଟିଂର ଲମ୍ବ ହେଉଛି ୧,୦୧୪.୩୭ ମିଟର। ତେଣୁ ଏହା ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ଜଣେ ବ୍ୟକ୍ତି କରିଥିବା ସବୁଠୁ ଲମ୍ବା ପେଣ୍ଟିଂଭାବେ ସ୍ଥାନ ପାଇଛି। ଉକ୍ତ ପେଣ୍ଟିଂ ଚାଇନାର ମାନବବାଦ, ଏକତା ଆଦିକୁ ଦର୍ଶାଇଥାଏ। ଏହା ଏକ କଳା ଧଳା ପେଣ୍ଟିଂ କିନ୍ତୁ ଦେଖିବାକୁ ବେଶ୍‌ ଆକର୍ଷକ।

Share