Categories: ଫୁରସତ

ସବୁଠୁ ଲମ୍ବା ହ୍ୟାଟ

ହ୍ୟାଟ ପିନ୍ଧିବା ଅନେକଙ୍କୁ ଭଲ ଲାଗିଥାଏ। ତେଣୁ ସେମାନେ ବିଭିନ୍ନ ପ୍ରକାରର ହ୍ୟାଟ ଟ୍ରାଏ କରନ୍ତି। ଆଉ ଆମେ ଏଠି ଯେଉଁ ହ୍ୟାଟ୍‌ କଥା କହୁଛୁ ତାକୁ ଯେକେହି ଥରେ ପିନ୍ଧିବାକୁ ଚାହିଁବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଲମ୍ବା ହ୍ୟାଟ୍‌। ତାମ୍ପାର ଓଡିଲୋନ୍‌ ଓଜେର୍‌ ଏହାକୁ ତିଆରି କରିଛନ୍ତି। ଏହାର ଲମ୍ବ ୧୮ ଫୁଟ୍‌ ୯ ଇଞ୍ଚ ଅଟେ। ଏହାକୁ ତିଆରି କରିବା ପାଇଁ ତାଙ୍କୁ ୭ ସପ୍ତାହ ଲାଗିଥିଲା। ଏଥିରେ ମୟୂର ପିଚ୍ଛ, ରାଇନ୍‌ଷ୍ଟୋନ୍‌, ରିବନ୍‌ ଲଗାଯିବା ସହ ଚଢେଇ ଡେକୋରେଶନ୍‌ ହୋଇଛି। ଏହାକୁ ପିନ୍ଧିଲେ ଏକ ଭିନ୍ନ ଅନୁଭୂତି ମିଳେ। ଆଉ ଏତେ ଲମ୍ବା ହ୍ୟାଟ୍‌୍‌କୁ ମୁଣ୍ଡରେ ବାଲାନ୍ସ କରି ପିନ୍ଧିବାକୁ ହୋଇଥାଏ।

Share