ସବୁଦିନ ଏହି ଶିବମନ୍ଦିର ପ୍ରଦକ୍ଷିଣ କରିଥାନ୍ତି ପକ୍ଷୀଦଳ…

ଶିବମନ୍ଦିରରେ ଶ୍ରଦ୍ଧାଳୁ ୧୦୮ ଥର ପ୍ରଦକ୍ଷିଣ କରିଥାନ୍ତି । ଏହାଦ୍ୱାରା ଶୁଭଫଳ ମିଳିଥାଏ ବୋଲି କେତେକେ କୁହନ୍ତି। ତେବେ ମହେନ୍ଦ୍ରଗିରି ପର୍ବତରେ ଥିବା ଭୀମାଶଙ୍କର ଶିବମନ୍ଦିରରେ ପ୍ରତିଦିନ ପକ୍ଷୀଦଳ ମିଳିତ ଭାବେ ଉଡ଼ି ମନ୍ଦିର ପ୍ରଦକ୍ଷଣ କରିଥାନ୍ତିି। ମନ୍ଦିରରେ ଶଙ୍ଖନାଦ ସହ ପକ୍ଷୀମାନେ ଏଭଳି ପ୍ରଦକ୍ଷଣ କରିଥାନ୍ତି। ପକ୍ଷୀଙ୍କ ଏଭଳି କାର୍ଯ୍ୟ ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥାଏ। ମହେନ୍ଦ୍ରତନୟା ନଦୀକୂଳରେ ଥିବା ଏହି ମନ୍ଦିରରେ ଶ୍ରୀଲିଙ୍ଗ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସ୍ଥାନ ପାଇଛି।

Share