ସବୁ ଅଣଗେଜେଟେଡ ପଦବୀ ଲାଗି ଗୋଟିଏ ପରୀକ୍ଷା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟରେ ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ସମସ୍ତ ଅଣଗେଜେଟେଡ ସରକାରୀ ପଦବୀରେ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା ବ୍ୟବସ୍ଥା ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସରକାର ଏକ ଜାତୀୟ ନିଯୁକ୍ତି ସଂସ୍ଥା (ନ୍ୟାଶନାଲ ରିକ୍ରୁଟ୍‌ମେଣ୍ଟ ଏଜେନ୍ସି) ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅଣଗେଜେଟେଡ ପଦପଦବୀରେ ନିଯୁକ୍ତି ଲାଗି ଅନ୍‌ଲାଇନ ପରୀକ୍ଷା ପରିଚାଳନା କରିବ। ସମ୍ପ୍ରତି ଯୁବତୀଯୁବକମାନଙ୍କୁ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ପରୀକ୍ଷା ଦେବାକୁ ପଡୁଛି। ଏଥିପାଇଁ ସେମାନଙ୍କ ଉପରେ ଅତ୍ୟଧିକ ଚାପ ପଡ଼ିବା ସହ ସମୟ ଓ ଅର୍ଥର ବରବାଦ ହେଉଛି। ଅନଲାଇନ ପରୀକ୍ଷା ଲାଗି ପ୍ରତି ଜିଲାରେ ଗୋଟିଏ ପରୀକ୍ଷା କେନ୍ଦ୍ର ଖୋଲିବାକୁ ସରକାର ଯୋଜନା କରିଥିବା ଅର୍ଥମନ୍ତ୍ରୀ କହିଛନ୍ତି।

Share