ସବୁ କରୋନା ଆକ୍ରାନ୍ତ ସୁସ୍ଥ ହେବେ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର, ୭।୪( ବ୍ୟୁରୋ): କରୋନା ଆକ୍ରାନ୍ତଙ୍କ ପାଇଁ ରାଜ୍ୟ ସରକାର ରାଜ୍ୟରେ ୭ଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିିଟାଲ ପ୍ରସ୍ତୁତ କରିଛନ୍ତି। ଏହି ହସ୍ପିଟାଲଗଡ଼ିକରେ କେବଳ କରୋନା ରୋଗୀଙ୍କୁ ଚିକିତ୍ସା କରାଯିବ। ସେମାନଙ୍କ ପାଇଁ ଚିକିତ୍ସା ଓ ଖାଦ୍ୟପେୟର ସମସ୍ତ ବନ୍ଦୋବ୍ୟସ୍ତ ମାଗଣା କରାଯାଇଛି। ସବୁ କରୋନା ଆକ୍ରାନ୍ତ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବେ। ଏଥିସହିତ ରାଜ୍ୟର ସମସ୍ତ ଜିଲାରେ କୋଭିଡ ହସ୍ପିଟାଲ ନିର୍ମାଣ କରିବା ଲାଗି ନିସ୍ପତ୍ତି ନିଆଯାଇଛି। ମଙ୍ଗଳବାର ପୂବର୍ର୍ାହ୍ନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ସୂଚନା ଦେଇଛନ୍ତି।

Share