Categories: ଜାତୀୟ

ସବୁ କଶ୍ମୀରବାସୀ ଦେଶଦ୍ରୋହୀ ନୁହନ୍ତି: ରାମ ମାଧବ

ନୂଆଦିଲ୍ଲୀ,୫।୧୦: ଭାରତୀୟ ଜନତା ପାର୍ଟି(ଭାଜପାର)ର ରାଷ୍ଟ୍ରୀୟ ମହାସଚିବ ରାମ ମାଧବ କହିଛନ୍ତି ଏବେ ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ ପାଲଟି ଯାଇଛି। ଏହା ଏବେ ଅନ୍ୟ ରାଜ୍ୟଙ୍କ ସହ ସମାନ। ତେଣୁ ଏହାକୁ ନେଇ ଲଦ୍ଦାଖ ନିବାସୀ କେନ୍ଦ୍ର ସରକାରଙ୍କ ଉପରେ ଖୁସି ପ୍ରକାଶ କରିଛନ୍ତି। କାରଣ ବେଶ୍‌ କିଛି ବର୍ଷ ହେବ ସେମାନଙ୍କର ଦାବୀକୁ କେନ୍ଦ୍ର ସରକାର ପୂରଣ କରିଛନ୍ତି। ତେବେ କଶ୍ମୀର ଘାଟିରେ ଥିବା ଆଉ କିଛି ସମସ୍ୟାର ସମାଧାନ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ସେ ରାଷ୍ଟ୍ରୀୟ ଏକତା ଅଭିଯାନକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ସବୁ କଶ୍ମୀରବାସୀ ରାଷ୍ଟ୍ର ବିରୋଧୀ ନୁହନ୍ତି ବା ବିଚ୍ଛିନ୍ନତାବାଦୀ ନୁହନ୍ତି। ଏମାନେ ସମସ୍ତେ ଆମମାନଙ୍କ ଭଳି ସାଧାରଣ ଜନତା।

Share