ଶିମ୍ଲା,୨୭।୧୨: ହିମାଚଳ ପ୍ରଦେଶର ପ୍ରତି ଘରକୁ ମିଳିଲା ଏଲ୍ପିଜି କନେକଶନ। ଶୁକବ୍ରାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘୋଷଣା କରିବା ସହ ହିମାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପ୍ରତି ଘରେ ଏଲ୍ପିଜି ସଂଯୋଗ ହେବାରେ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟର ମାନ୍ୟତା ପାଇଛି। ଶୁକ୍ରବାର ରିଜ ମଇଦାନରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି।