Categories: ଜାତୀୟ

ସବୁ ଜିଲାରେ ମାନବାଧିକାର କୋର୍ଟ ପ୍ରତିଷ୍ଠା ଆବେଦନ: କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯ା୭(ପି.ଟି.): ପ୍ରତି ଜିଲାରେ ମାନବାଧିକାର ଅଦାଲତ ସ୍ଥାପନ ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିବା ସହ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ୨୯ ରାଜ୍ୟକୁ ନୋଟିସ ଜାରି କରି ମାନବାଧିକାର ଉଲ୍ଲଂଘନ ମାମଲାଗୁଡ଼ିକର ତୁରନ୍ତ ବିଚାର ପାଇଁ ସ୍ବତନ୍ତ୍ର ସରକାରୀ ଓକିଲ (ଏସ୍‌ପିପି) ନିଯୁକ୍ତି ସମ୍ପର୍କରେ ଜଣାଇବାକୁ କହିଛନ୍ତି। ମାନବାଧିକାର ଆଇନ ଅନୁଯାୟୀ ଏଭଳି ମାମଲାଗୁଡିକର ବିଚାର ୩ ମାସ ମଧ୍ୟରେ ବିଚାର ସରିବା ଆବଶ୍ୟକ। ଭାବିକା ଫୋରେ ନାମକ ଜଣେ ଆଇନ ଛାତ୍ର ଏହି ପିଟିଶନ ଦାଏର କରିଥିଲେ। ୨୯ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳର ୭୨୫ ଜିଲାରେ ମାନବାଧିକାର ଅଦାଲତ ପ୍ରତିଷ୍ଠା ଲାଗି ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିଶନର କୋର୍ଟଙ୍କୁ ଅନୁରୋଧ କରିଥିଲେ।

Share