Categories: ବାଣିଜ୍ୟ

ସବୁ ଟଙ୍କା ଫେରାଇବାକୁ ପ୍ରସ୍ତୁତ: ମାଲ୍ୟା

ନୂଆଦିଲ୍ଲୀ,୧। ୪: ସବୁ ଟଙ୍କା ଫେରାଇବାକୁ ପ୍ରସ୍ତୁତ ବୋଲି ପଳାତକ ଘୋଷିତ ବିଜୟ ମାଲ୍ୟା ଟୁଇଟ ଯୋଗେ କହିଛନ୍ତି। ସେ କହିଛନ୍ତି, କିଙ୍ଗଫିସର ଏୟାର ଲାଇନ ଲାଗି ନେଇଥିବା ସବୁ ଋଣ ଫେରାଇ ଦେବାକୁ ପ୍ରସ୍ତୁତ କିନ୍ତୁ ବ୍ୟାଙ୍କଗୁଡିକ ଏହା ନେବା ପାଇଁ ଆସୁନାହାନ୍ତି। ଇଡି ଜବତ କରିଥିବା କମ୍ପାନୀର ସମ୍ପତ୍ତିକୁ ମଧ୍ୟ ଛାଡୁ ନାହିଁ। ଏହି ପ୍ରସଙ୍ଗ ଉପରେ ଅର୍ଥମନ୍ତ୍ରୀ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ମାଲ୍ୟା ଟୁଇଟରେ କହିଛନ୍ତି। ସୂଚନା ଯୋଗ୍ୟ, ମାଲ୍ୟାଙ୍କ ବିରୋଧରେ ୯୦୦୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗ ରହିଛି। ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲା ଚାଲିଥିବା ବେଳେ ସେ ପଳାତକ ଘୋଷିତ ହୋଇ ଲଣ୍ଡନରେ ରହୁଛନ୍ତି। ସେ ପୁଣି କହିଛନ୍ତି, ଭାରତ ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଏବେ ତାଙ୍କର ସବୁ କମ୍ପାନୀର କାମ ବନ୍ଦ ରହିଛି। କର୍ମଚାରୀଙ୍କୁ ଛଟେଇ କରାଯାଇ ନ ଥିଲେ ମଧ୍ୟ ସମସ୍ତ ପ୍ରାପ୍ୟ ପ୍ରଦାନ କରାଯିବ। ଏ ଦିଗରେ ସରକାର ସହାୟତା କରିବା ଆବଶ୍ୟକ। ଲୋକମାନେ କରୋନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ଏବଂ ସୁରକ୍ଷିତ ରହିବା ଲାଗି ସେ ନିବେଦନ କରିଛନ୍ତି।

Share