ନୂଆଦିଲ୍ଲୀ, ୨୫।୬: ଛୋଟ ହେଉ କି ବଡ଼, ଏଥର ସବୁ ନିର୍ବାଚନ ବହୁଜନ ସମାଜ ପାର୍ଟି (ବିଏସ୍ପି) ଏକାକୀ ଲଢ଼ିବ ବୋଲି ଏହାର ସୁପ୍ରିମୋ ମାୟାବତୀ ସୋମବାର କହିଛନ୍ତି। ଏସ୍ପି ସହ ଆଉ କଦାପି ମେଣ୍ଟ ହେବନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଏସ୍ପି ନେତା ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଥିବାବେଳେ ମୁସଲ୍ମାନଙ୍କୁ ଅବହେଳା ପ୍ରଦର୍ଶନ କରିଥିବା ସେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଉପନିର୍ବାଚନ ହେବାକୁ ଥିବାବେଳେ ମାୟାବତୀ ଏଭଳି ଟୁଇଟ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।
ଏସ୍ପିର ବ୍ୟବହାର ସମ୍ପର୍କ ତୁଟାଇବାକୁ ବାଧ୍ୟକଲା ବୋଲି ବିଏସପି ନେତ୍ରୀ ଟୁଇଟ୍ କରିଛନ୍ତି। ସେପଟେ ସମାଜବାଦୀ ପାର୍ଟି (ଏସ୍ପି) ନେତା ରାମଶଙ୍କର ବିଦ୍ୟାର୍ଥୀ ବିଏସ୍ପି ମୁଖ୍ୟଙ୍କୁ ସମାଲୋଚନା କରିଛନ୍ତି। ଦଳିତ ଭୋଟ ଏସ୍ପିକୁ ଆସିବାରୁ ସେ ସହିପାରୁ ନ ଥିବା ରାମଶଙ୍କର କହିଛନ୍ତି।