Categories: ଖେଳ

ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି: କୁମ୍ବଲେ

ପଣଜୀ,୯।୮(ପି.ଟି.)- ଆଜିକାଲି ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ତଥା କୋଚ୍‌ ଅନିଲ କୁମ୍ବଲେ କହିଛନ୍ତି। ଏବେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗର ଶିକାର ହୋଇଛନ୍ତି କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ଭିଭିଏସ୍‌ ଲକ୍ଷ୍ମଣ, ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌। ଏ ନେଇ ଏହି ପୂର୍ବତନ କ୍ରିକେଟରଙ୍କ ନିକଟକୁ ନୋଟିସ ପଠାଯାଇଛି। ଜୀବନର ପ୍ରତ୍ୟେକ ପାହାଚରେ ଏଭଳି ସ୍ଥିତି ଆସିଥାଏ। ଜଣେ ବ୍ୟକ୍ତି ଏହାକୁ କିପରି ଡିଲ୍‌ କରିଥାଏ ତାହା ବଡ଼ କଥା। ଏଭଳି ଅଭିଯୋଗ କିଛି ପରିମାଣରେ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି। ଭାରତରେ ମାତ୍ର ୩୦୦ ଟେଷ୍ଟ କ୍ରିକେଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଜୀବିତ ଅଛନ୍ତି ବୋଲି କୁମ୍ବଲେ କହିଛନ୍ତି। ତେଣୁ ଏହି କ୍ରିକେଟରମାନେ କ୍ରିକେଟ ପାଇଁ କିଛି କରିପାରିବେ। ଯଦି ଏମାନଙ୍କ୍‌ୁ ଏଥିରୁ ରୋକାଯାଏ ତାହେଲେ କ୍ରିକେଟ ପରିଚାଳନା ପାଇଁ ଆଉ ଅନ୍ୟମାନଙ୍କୁ କାର୍ଯ୍ୟରେ ଲଗାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରତ୍ୟେକ କ୍ରିକେଟର ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥାନ୍ତି। କାରଣ ଅଳ୍ପ କେତେଜଣ କ୍ରିକେଟର କ୍ରିକେଟ ପାଇଁ କିଛି କରିବାର କ୍ଷମତା ରଖିଥାନ୍ତି। ଫଳରେ ଜଣେ କ୍ରିକେଟର ଏକାଧିକ ଦାୟିତ୍ୱ ତୁଲାଇଥାନ୍ତି। କାରଣ ଅଳ୍ପ କେତେଜଣ କ୍ରିକେଟର ଦେଶ ପାଇଁ ଖେଳିଥାନ୍ତି ବୋଲି ଏଠାରେ ଏକ ପ୍ରମୋଶନାଲ ଇଭେଣ୍ଟରେ ଯୋଗଦେଇ କୁମ୍ବଲେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ନିଜର ମତ ରଖିଛନ୍ତି।

Share