Categories: ଖେଳ

ସବୁ ଫର୍ମାଟରେ ବିରାଟ ଶ୍ରେଷ୍ଠ: ମାଇକେଲ ଭନ

ଲଣ୍ଡନ,୨୫।୧୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଜୀବନର ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ବାଂଲାଦେଶ ବିପକ୍ଷ ପିଙ୍କ୍‌ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ବିରାଟଙ୍କ ଫର୍ମ ଦେଖି ତାଙ୍କୁ ଏଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଆଖ୍ୟା ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ। ପ୍ରଥମେ ରେଡ, ପରେ ହ୍ବାଇଟ ଏବଂ ଏବେ ପିଙ୍କ ବଲରେ ବିରାଟ ଶତକ ହାସଲ କରିଛନ୍ତି। ବିରାଟ ହେଉଛନ୍ତି ସବୁ ଫର୍ମାଟର ଶ୍ରେଷ୍ଠ ବ୍ୟାଟସମ୍ୟାନ ବୋଲି ଭନ ଟୁଇଟ୍‌ ଯୋଗେ କହିଛନ୍ତି।

Share