ସବୁ ବିଧାୟକ, ବାଚସ୍ପତିଙ୍କୁ ଘରକୁ ନେଇ ଭଲ ଖାଇବାକୁ ଦେବି: ହେଲେ  ପାଣିରେ ଡାଲି ସିଝୁନି କାହିଁକି ଏମିତି କହିଲେ…

ଭୁବନେଶ୍ୱର,୩୦।୭: ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ପୂର୍ବତନ ମନ୍ତ୍ରୀଙ୍କ ବରୋଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ପୂର୍ବ ନିର୍ବାଚନରେ ପ୍ରତିଦ୍ୱନ୍ଦୀ ଥିବାରୁ ତାଙ୍କ ଘରକୁ ପିଇବା ପାଇଁ ପାଣି ସଂଯୋଗ କରାଯାଇ ନ ଥିଲା। ତାଙ୍କ ଘର  ଏଯାବତ୍‌ ପାଣି ସଂଯୋଗରୁ ବଞ୍ଚିତ ରହିଛି । ନିଜ ଘରେ ପାଣିର ଦୁରବସ୍ଥାକୁ ନେଇ କହିବା ସହ   ମୋ ଘରକୁ ସମସ୍ତ ବିଧାୟକଙ୍କୁ ଆସି ବାସ୍ତବତାକୁ ଦେଖନ୍ତୁ ବୋଲି ସେ କହିଛନ୍ତି।
ମହଙ୍ଗା ବିଧାୟକଙ୍କ ଘରେ ପାଣ ମିଳୁନି , ଯେଉଁ ପାଣି ଅଛି ସେଥିରେ ଡାଲି ସିଝୁନି । ସେ କହିଛନ୍ତି ୨ କିଲୋମିଟର ଦୂରରୁ ମୋ ଘରକୁ ପାଣି ଆସୁଛି । ପୂର୍ବତନ ବିଧାୟକ ତଥା ମନ୍ତ୍ରୀଙ୍କ ବିରୋଦ୍ଧରେ ମୁଁ ପ୍ରାର୍ଥୀ ଥିଲି ତେଣୁ ମୋ ଘରକୁ ପାଣି ଦିଆଯାଇନାହିଁ । ଗୃହର ସମସ୍ତ ସଦସ୍ୟ ମୋ ଗାଁକୁ ଆସନ୍ତୁ । ତାଙ୍କ ଦଳ ଲୋକଙ୍କ ଘର ପାଖରେ ଲକ୍‌ ରହୁଛି ତେଣୁ ସେମାନେ ପାଣି ଛାଡ଼ୁନାହାନ୍ତି । ୬ ମାସ ଭିତରେ ବାଚସ୍ପତି ଓ ସବୁ ବିଧାୟକ ଯିବେ ମୋ ଘରକୁ ଯଦି ପାଣି ପିଇ ପାରିବେ କହିବେ । ସମସ୍ତଙ୍କୁ ନେଇକି ଯିବି ଭଲ ଖାଇବାକୁ ଦେବି କିନ୍ତୁ ସେ ପାଣିରେ ଡାଲି ସିଝୁନି ବୋଲି ଉଦବେଗ୍‌ ପ୍ରକାଶ କଲେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ।
ଏପଟେ ବିଭାଗୀୟ ମନ୍ତ୍ରୀ ରବି ନାୟକ ଉତ୍ତର ରଖି କହିଛନ୍ତି, ଡିସେମ୍ବରରେ ବିଧାୟକଙ୍କ ଘରକୁ ପାଣି ଯିବ ଏବଂ ସେ ଡାଲି ଭାତର ଆୟୋଜନ କରିବେ ।
Share