Categories: ଜାତୀୟ

ସବୁ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ କହିଲା ରେଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୧।୫: ଲକ୍‌ଡାଉନ ସତ୍ତ୍ୱେ ଫସି ରହିଥିବା ଲୋକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ମଙ୍ଗଳବାରଠାରୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ଏହି ସମୟରେ ସମସ୍ତ ଯାତ୍ରୀ ‘ଆରୋଗ୍ୟ ସେତୁ’ ଆପ ବ୍ୟବହାର କରିବାକୁ ଉପଦେଶ ଦେଇଛି ରେଳ ମନ୍ତ୍ରଣାଳୟ। ଆହୁରି ମଧ୍ୟ ଯାତ୍ରା ସମୟରେ ରେଲଓ୍ବେ ପକ୍ଷରୁ ଲିନେନ, ବ୍ଲାଙ୍କେଟ ଆଦି ଯୋଗାଇ ଦିଆଯିବ ନାହିଁ ବୋଲି କୁହାଯାଇଛି। ତେଣୁ ଯାତ୍ରୀମାନେ ନିଜ ନିଜର ବ୍ଲାଙ୍କେଟ ଆଣି ଆସିବାକୁ କୁହାଯାଇଛି। ଅବଶ୍ୟ ଏହି ସମୟରେ ଶୀତତାପ ନିୟନ୍ତ୍ରଣକୁ ନଜର ଦିଆଯିବ। ସୂଚନାଯୋଗ୍ୟ, ଏବେ ଯେଉଁ ସ୍ପେଶାଲ ଟ୍ରେନ୍‌ ଚାଲିବ ସେ ସମସ୍ତ ଟ୍ରେନ୍‌ ଏସି କ୍ଲାସ।

Share