Categories: ଜାତୀୟ

‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ମନ୍ତ୍ରରେ ସରକାର କାମ କରୁଛନ୍ତି: ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୧।୧: ଶୁକ୍ରବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହାପୂର୍ବରୁ ସେଣ୍ଟ୍ରାଲ ହଲ୍‌ରେ ଉଭୟ ଗୃହକୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ଭାରତ ନିର୍ମାଣ ପାଇଁ ଆହ୍ବାନ ଦେଇଛନ୍ତି। ଏହି ଦଶନ୍ଧି ନୂଆ ଭାରତ ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ। ‘ସବ୍‌କା ସାଥ୍‌ ସବକା ବିକାଶ’ ମନ୍ତ୍ରରେ ସରକାର କାମ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ମୋ ସରକାର ପ୍ରୟାସ ଜାରି ରଖିଛି। ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ଦ୍ୱାରା ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ବପ୍ନ ପୂରଣ ହୋଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖ ମୁଖ୍ୟଧାରାରେ ସାମିଲ ହୋଇଛି। ସ୍ବାଧୀନତା ପରେ ପ୍ରଥମଥର ପାଇଁ ସ୍ଥାନୀୟ ନିର୍ବାଚନ ସୁରୁଖୁରୁରେ ହୋଇଛି। ୩ ତଲାକ ଆଇନ ଏବଂ ଉପଭୋକ୍ତା ଆଇନ ପ୍ରଣୟନ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଦେଶ ପାରଦର୍ଶିତା ଲାଭ କରିଛି। ଆମର ସମ୍ଭିଧାନ ଦେଶବାସୀଙ୍କ ଆଶା ଆକାକ୍ଷାଂକୁ ପୂରଣ କରୁଛି ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି। ଏହାସହ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ କରାଯାଉଥିବା ନିର୍ଯାତନାକୁ ରାଷ୍ଟ୍ରପତି ନିନ୍ଦା କରିଛନ୍ତି।

Share