Categories: ଜାତୀୟ

‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’: ୨୦୧୯ର ଗୋଲ୍ଡେନ୍‌ ଟୁଇଟ୍‌

ନୂଆଦିଲ୍ଲୀ,୧୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ସମୟରେ ଟୁଇଟରରେ ଦେଇଥିବା ସ୍ଲୋଗାନ୍‌ ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’କୁ ଟୁଇଟର ପକ୍ଷରୁ ୨୦୧୯ ବର୍ଷର ଗୋଲ୍ଡେନ୍‌ ଟୁଇଟ୍‌ ଭାବେ ଘୋଷଣା କରାଯାଇଛି। ଏହାକୁ ମେ ୨୩ ଅପରାହ୍ନ ୨ଟା ୪୨ରେ ମୋଦି ଶେୟାର କରିଥିଲେ। ଇତିମଧ୍ୟରେ ଏହାକୁ ୪ ଲକ୍ଷ ୨୦ ହଜାରରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ଏକ ଲକ୍ଷ ୧୭ ହଜାର ଶହେ ଥର ରିଟୁଇଟ୍‌ କରାଯାଇଛି।

Share