Categories: ଜାତୀୟ

‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ଏବେ ପାଲଟିଛି ‘ସବ୍‌କା ସର୍ବନାଶ’: ମମତା

କୋଲକାତା,୧୮।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ହାଓଡାରେ ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିକୁ ମମତା ସମ୍ବୋଧିତ କରି କହିଛନ୍ତି, ଭାଜପା ଦେଶରେ ଦଙ୍ଗା କରିବାକୁ ଚାହୁଁଛି। କିନ୍ତୁ ଆମେ ଏଭଳି ହେବାକୁ ଦେବୁ ନାହିଁ। ଶାହାଙ୍କ ‘ସବ୍‌କା ସାଥ୍‌-ସବ୍‌କା ବିକାଶ’ ଏବେ ‘ସବ୍‌କା ସର୍ବନାଶ’ ପାଲଟିଛି ବୋଲି ମମତା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ନିଜ କାମ ବୁଝିବା ଦରକାର, ଦେଶରେ ନିଆଁ ଲଗାଇବା ତାଙ୍କର କାମ ନୁହେଁ। ଯେତେବେଳେ ଦେଶରେ ସିଏଏକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେଉଛି ସେହି ସମୟରେ ଶାହା ଏହି ଆଇନ ଲାଗୁ କରିବା ପାଇଁ ଜିଦ୍‌ ଧରିବସିଛନ୍ତି। ଏନେଇ ଦଳକୁ ବୁଝାଇବାର ଆବଶ୍ୟକତା ରହିଛି। ଏହି ସମୟରେ ଭାଜପାର ନେତା ନ ହୋଇ ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ଭାବିବା ଉଚିତ ବୋଲି ମମତା ଶାହାଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ଆରମ୍ଭରୁ ଏହି ଆଇନକୁ ମମତା ବିରୋଧ କରିଆସୁଥିବା ବେଳେ ଏହାକୁ ପଶ୍ଚିମବଙ୍ଗରେ ଲାଗୁ କରାଯିବ ନାହିଁ ବୋଲି ସେ ଘୋଷଣା କରିସାରିଛନ୍ତି।

Share